ଉମରକୋଟ ଗୁଳିକାଣ୍ଡ ଘଟଣା ; ଅସ୍ତ୍ରୋପଚାର ପରେ ବାହାରିଲା ଗୁଳି

୪୮ ଘଣ୍ଟା ପରେ ବି ଟେର୍‍ ପାଉନି ପୁଲିସ

ନବରଙ୍ଗପୁର : ଉମରକୋଟର ଯୁବ ବ୍ୟବସାୟୀ ଟି.ସଞ୍ଜୀବ ସୁବୁଦ୍ଧିଙ୍କୁ ଗୁଳି କରାଯାଇଥିବା ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି ରହିଛି। ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିବାବେଳେ ଶନିବାର ରାତ୍ରରେ ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଛି। ଗୁଳି ଟି ତାଙ୍କର ଅଣ୍ଟାର ଡାହାଣ ପଟରେ ପଶି ଜଙ୍ଘରେ ରହିଯାଇଥିବା କୁହାଯାଉଛି। ତେବେ ଘଟଣାକୁ ନେଇ ପୁଲିସ ପକ୍ଷରୁ ୪ଟି ଟିମ କରାଯାଇ ତଦନ୍ତ କରାଯାଉଥିବାବେଳେ   ଜିଲା ପୁଲିସ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନେଇ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି।

Comments are closed.