ବନ୍ୟା ଆଶଙ୍କା ଦୃଢ଼ୀଭୂତ: ଉମାଶଙ୍କର ଦାସ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷିବା ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଉପର ଓ ତଳ ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ଛତିଶଗଡ଼ରେ ଏବେ ବି ବର୍ଷା ଜାରି ରହିଛି । ବର୍ଷା ଜାରି ରହିଥିବାରୁ ଆଗକୁ ଆହୁରି ନଦୀର ଜଳସ୍ତର ବଢ଼ିବ । ଫଳରେ ବନ୍ୟା ଆଶଙ୍କା କରାଯାଉଛି ବୋଲି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ବିପଦ ସଙ୍କେତ ଠାରୁ ୩ଫୁଟ ଉଚ୍ଚରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସେପଟେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଟ୍ୱିଟ୍‌ କରି  ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଫ୍ଳାସ୍‌ ଫ୍ଲଟ୍‌ ଓ ଭୂସ୍ଖଳନ ଆଶଙ୍କା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର ।  ସତର୍କ ରହିବାକୁ ଲୋକଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟର ୭ ଜିଲ୍ଲାକୁ ରେଡ୍‌, ୧୬ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.