ପ୍ରିୟଙ୍କା ଗାନ୍ଧୀଙ୍କୁ ଚୋରର ପତ୍ନୀ ବୋଲି କହିଲେ ଉମା ଭାରତୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କୁ ଚୋରର ପତ୍ନୀ କହି ସମ୍ବୋଧିତ କରିଛନ୍ତି। ଛତିଶଗଡ଼ର ଦୁର୍ଗଠାରେ ବୁଧବାର ଆୟୋଜିତ ଏକ ନିର୍ବାଚନୀ ସଭାରେ ଉମା ଭାରତୀ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲୋକେ ଜଣେ ଚୋର (ରର୍ବଟ ଭାଦ୍ରା)ଙ୍କ ପତ୍ନୀ ଭାବେ ଜାଣିଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରିୟଙ୍କାଙ୍କ ପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ। ଜଣେ ଚୋରର ପତ୍ନୀ ପ୍ରଚାର କଲେ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ବୋଲି ସେ ପ୍ରଶ୍ନ କରିଥିଲେ।
ଏହାସହ ଉମା ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ। ରାହୁଲ ଗାନ୍ଧୀ ଅମେଠି ଛାଡ଼ି ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବା ଘଟଣା ସେ ପରାଜୟକୁ ସ୍ୱୀକାର କରିସାରିଥିବାକୁ ବ୍ୟକ୍ତ କରୁଛି ବୋଲି ଉମା ଭାରତୀ କହିଛନ୍ତି।

Comments are closed.