କଟକରେ ସେଫ ଏକ୍ସପ୍ରେସର ଅତ୍ୟାଧୁନିକ ଲଜିଷ୍ଟିକ ପାର୍କ

କଟକ: ଭାରତର ଅଗ୍ରଣୀ ଯୋଗାଣ ଶୃଙ୍ଖଳ ଏବଂ ଲଜିଷ୍ଟିକ କମ୍ପାନୀ ସେଫ ଏକ୍ସପ୍ରେସ ପକ୍ଷରୁ କଟକଠାରେ ଅତ୍ୟାଧୁନିକ ଲଜିଷ୍ଟିକ ପାର୍କ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ସେଫଏକ୍ସପ୍ରେସର ଉପସଭାପତି ଏସ କେ ଜୈନ, ଏଭିପି-ବ୍ୟବସାୟ, ବିଜୟ ବଶିଷ୍ଠ, ଏଜିଏମ ଅପରେସନ ରବି ମଲହୋତ୍ରା, କାର୍ଗୋ ରିଲେସନସିପ ମ୍ୟାନେଜମେଂଟ, କର୍ପୋରେଟ ମୁଖ୍ୟ, ମନୋଜ ମିତଲ, ବିହାର, ଝାଡ଼ଖଣ୍ଡ, ଓଡିଶାର ଆଂଚଳିକ ପରିଚାଳକ, ଅମିତ ଚୌଧୁରୀ ଏବଂ କଟକ ସ୍ଥାନୀୟ ପରିଚାଳକ ମନିସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନୂତନ ଲଜିଷ୍ଟିକ ପାର୍କ ସମସ୍ତ ଭାରତୀୟ ରାଜ୍ୟ ସହିତ ମଧ୍ୟକାଳୀନ ସଂଯୋଗ ସୁବିଧାକୁ ପ୍ରଦାନ କରିବ । ନୂତନ ଲଜିଷ୍ଟିକ ପାର୍କରେ କ୍ରସ –ଡକ ସହିତ ଏକାସହିତ ୪୦ ଯାନବାହନର ବୋଝେଇ ଓ ଖଲାସ ସୁବିଧା ରହିଛି । ଏହି ସୁବିଧା ପ୍ରକୃତି-ବନ୍ଧୁ ଅଭିଯାନ ଏବଂ ପ୍ରଯୁକ୍ତିର ସଠିକ ସମିଶ୍ରଣ ହେବା ସହିତ ସମନ୍ୱିତ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା, ସବୁଜ ଅଞ୍ଚଳ ଏବଂ ଶକ୍ତି ସଂରକ୍ଷଣ କରିବା ପାଇଁ ସୌର ଆଲୋକର ବ୍ୟବହାର କରିବ ।

Comments are closed.