କୋଭିଶିଲ୍ଡ ନେଇଥିଲେ ବି ଯାଇପାରିବେ ବ୍ରିଟେନ, ବଦଳିଲା ନିଷ୍ପତ୍ତି

ଭାରତ ସରକାରଙ୍କ ବିରୋଧ ପରେ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏଣିକି କରୋନା ପ୍ରତିଷେଧକ ଟୀକା ‘କୋଭିଶିଲ୍ଡ ‘ ନେଇଥିବା ବ୍ୟକ୍ତି ଯଦି ବ୍ରିଟେନ ଯାତ୍ରା କରନ୍ତି, ତାହେଲେ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବନି। ଆଜି ବ୍ରିଟେନ ସରକାର ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା କୋଭିଡ -୧୯ ଟିକା ‘କୋଭିଶିଲ୍ଡ ‘କୁ ଭ୍ରମଣଯୋଗ୍ୟ ଗ୍ରହଣୀୟ କୋଭିଡ ଟୀକା ତାଲିକାରେ ସାମିଲ କରିଛନ୍ତି।

ଅକ୍ଟୋବର ୪ରୁ କାର୍ଯ୍ୟକାରୀ ହୋଇଥିବା ବ୍ରିଟେନର ଆନ୍ତର୍ଜାତୀୟ ଭ୍ରମଣ ନିୟମ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ କୋଭିଡ -୧୯ ଟିକା ତାଲିକାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଉତ୍ପାଦିତ ଟିକାକୁ ସାମିଲ ନ କରିବା ନେଇ ସମାଲୋଚନା କରାଯାଇଥିଲା। ତେବେ ଏହି ଟିକାକୁ ସାମିଲ କରାଯିବା ପରେ ଏଣିକି କୋଭିଶିଲ୍ଡ ଟୀକା ନେଇଥିବା ଭାରତୀୟମାନେ ବ୍ରିଟେନ ପରିଭ୍ରମଣ କଲେ ସେମାନଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ।

Comments are closed.