୧୭ରୁ ୟୁଜିସି-ନେଟ ପରୀକ୍ଷା

ଭୁବନେଶ୍ବର: ୟୁଜିସି-ନେଟ ଡିସେମ୍ବର-୨୦୨୦ ଏବଂ ଜୁନ-୨୦୨୧ ପରୀକ୍ଷା ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଚାଲିବ। ଏନେଇ ଜାତୀୟ ପରୀକ୍ଷଣ ସଂସ୍ଥା(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ପରୀକ୍ଷାକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଥିଲା। ଆଜି ଏନଟିଏ ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା କରିଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଏନଟିଏ ୱେବସାଇଟ୍‌ (www.nta.ac.in/ugcnet.nta.nic.in)କୁ ଲଗଇନ କରି ପରୀକ୍ଷା ସଂକ୍ରାନ୍ତରେ ଅଧିକ ଜାଣିପାରିବେ।

Comments are closed.