ମହାରାଷ୍ଟ୍ର: ଶପଥ ନେଲେ ୩୬ ମନ୍ତ୍ରୀ, ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣରେ ଏନସିପିର ବରିଷ୍ଠ ନେତା ଅଜିତ ପାୱାର ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସମେତ ଶିବସେନା, ଏନସିପି ଏବଂ କଂଗ୍ରେସର ୩୬ ଜଣ ନୂଆ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଧାୟକଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରାଇଛନ୍ତି। ଏହି ସମାରୋହରେ ପ୍ରାୟ ୫ ହଜାର ଅତିଥି ଯୋଗ ଦେଇଥିଲେ।

ଏନସିପିର ଦିଲ୍ଲୀପ ବଲସେ ପାଟିଲ, ଧନଞ୍ଜୟ ମୁଣ୍ଡେ, ହସନ ମୁଶ୍ରୀଫ, ଡା.ରାଜେନ୍ଦ୍ର ଶିଙ୍ଗଣେ, ନୱାବ ମଲ୍ଲିକ, ରାଜେଶ ଟୋପେ, ଜିତେନ୍ଦ୍ର ଅହ୍ୱାଡ ଏବଂ ଅନିଲ ଦେଶମୁଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

କଂଗ୍ରେସର ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ବିଜୟ ବଡେଟ୍ଟିୱର, ସୁନୀଲ କେଦାର, ଅମିତ ଦେଶମୁଖ, ଯଶୋମତି ଠାକୁର, କେସି ପଡବୀ, ଅସମଲ ଶେଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶିବସେନାର ସଞ୍ଜୟ ରାଠୋଡ, ଗୁଲାବରାୱ ପାଟିଲ, ଦାଦା ଭୁସେ, ଅନିଲ ପରବ, ଉଦୟ ସାମନ୍ତ, ଆଦିତ୍ୟ ଠାକରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments are closed.