ସୈନିକ ସ୍କୁଲକୁ ୧୦୦ଟି ସାଇକେଲ ପ୍ରଦାନ କଲା ୟୁନିୟନ ବ୍ୟାଙ୍କ୍‍

ଭୁବନେଶ୍ୱର ସୈନିକ ସ୍କୁଲକୁ ଚନ୍ଦ୍ରଶେଖରପୁର ଶାଖା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଶହେଟି ସାଇକେଲ ପ୍ରଦାନ କରିଛି। କ୍ୟାଡେଟମାନଙ୍କର କ୍ରୀଡା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ଏହା ପ୍ରଦାନ କରିଥିବା ଜଣାପଡିଛି। ଆଜି ଏକ ସାଧାରଣ ସଭାରେ ୟୁନିୟନ ବ୍ୟାଙ୍କର ଆଂଚଳିକ ମୁଖ୍ୟ ଶୁଭମ୍‍ ସେନ ଗୁପ୍ତା, ଚନ୍ଦ୍ରଶେଖରପୁର ଶାଖା ପରିଚାଳକ ପି.ଚୌଧୁରୀ, ସୈନିକ ସ୍କୁଲ ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା, ଉପାଧ୍ୟକ୍ଷା କମାଣ୍ଡର ଉଷା ସାଙ୍ଗଓାନ, ବରିଷ୍ଠ ଅଧ୍ୟାପକ ବି. ପ୍ରଧାନ, ସାଇକେଲ ହବି ମାଷ୍ଟର ଇନ୍‍ ଚାର୍ଜ ଶିକ୍ଷକ ଏସ.କେ.ମିଶ୍ର, ୟୁନିୟନ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ, ସୈନିକ ସ୍କୁଲର କର୍ମଚାରୀ ଓ କ୍ୟାଡେଟମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଗ୍ରୁପ୍‍ କ୍ୟାପ୍ଟେନ୍‍ ଏସ୍‍. ଡୋମିନିକ ରାୟନଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ସାଇକେଲ ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ, କ୍ୟାଡେଟମାନଙ୍କର କ୍ରୀଡା କାର୍ଯ୍ୟକ୍ରମର ଅଭିବୃଦ୍ଧି ନିମନ୍ତେ ସୈନିକ ସ୍କୁଲରେ ‘ସାଇକେଲ ହବି କ୍ଲବ’ ସ୍ଥାପନ କରାଯାଇଛି ଯାହା ଫଳରେ କ୍ୟାଡେଟମାନେ ସାଇକେଲ ଅଭିଯାତ୍ରାରେ ସାମିଲ ହୋଇପାରୁଛନ୍ତି।

Comments are closed.