ୟୁଏଇକୁ ଭାରତ ପଠାଇଲା ୫.୫ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ୟୁଏଇକୁ ଭାରତ ୫.୫ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ପଠାଇଛି। ତା’ଛଡା ନେପାଳକୁ ମଧ୍ୟ ଏହି ଔଷଧ ଦିଆଯାଉଥିବା ସୂଚନା ମିଳିଛି।

ମହାମାରୀ କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟର ପ୍ରମୁଖ ଭୂମିକା ରହିଥିବା ଜଣାପଡିବା ପରେ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ସେଥିପାଇଁ ଭାରତ ଉପରେ ଆମେରିକା ସମେତ ବିଶ୍ବର ଅନେକ ଦେଶ ନିର୍ଭର କରୁଥିବା ବେଳେ ସହଯୋଗର ହାତ ବଢ଼ାଉଛି ଭାରତ। ଗୋଟିଏ ଜାହାଜରେ ୫.୫ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ୟୁନାଇଟେଡ ଆରବ ଏମିରେଟସ(ୟୁଏଇ)କୁ ପଠାଇଛି ଭାରତ। ଏହାକୁ ନେି ୟୁଏଇ ଖୁସି ବ୍ୟକ୍ତ କରିବା ସହ ଭାରତ ସରକାରଙ୍କୁ ପ୍ରଶଂସା କରିଛି। ଏହା ପୂର୍ବରୁ ଆମେରିକା, ଆଫଗାନିସ୍ତାନ, ମରିସସ, କାଜାକିସ୍ତାନ, ବ୍ରାଜିଲ, ସିଚେଲିସ ଆଦି ଦେଶକୁ ପ୍ରଦାନ କରାଯାଇଥିବା ବେଳେ ନେପାଳକୁ ପଠାଯିବାକୁ ବ୍ୟବସ୍ଥା ହେଉଛି। ଭରତରେ ବହୁ ପରିମାଣରେ ଏହି ଟାବଲେଟ ପ୍ରସ୍ତୁତ ହେଉଥିବାରୁ ୫୫ ଦେଶକୁ ସହାୟତା କରିବାକୁ ଭାରତ ସରକାର ଘୋଷଣା କରିଥିଲେ।

 

Comments are closed.