ଟ୍ୟୁନିସିଆ ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି କାଇସ୍‍ ସୟେଦ୍‍

ଟ୍ୟୁନିସିଆ ରାଷ୍ଟ୍ରପତି କାଇସ୍‍ ସୟେଦ୍‍ ପ୍ରଧାନମନ୍ତ୍ରୀ ହିଚେମ ମେଚିଚିଙ୍କୁ ପଦରୁ ହଟାଇ ପାର୍ଲାମେଣ୍ଟ ଭଙ୍ଗ କରିଛନ୍ତି। ପୂର୍ବରୁ ଦେଶରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଗତକାଲି ଟେଲିଭିଜନରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶରେ ଶାନ୍ତି ଫେରିବା ପର୍ଯ୍ୟନ୍ତ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ସେ ଦାୟିତ୍ୱରେ ରହିବେ। ଦେଶର ହଜାର ହଜାର ଲୋକ ଶାସକ ଦଳ ଇସଲାମିଷ୍ଟ ଇନାହଦା ପାର୍ଟି ବିରୁଦ୍ଧରେ ଟ୍ୟୁନିସି ସହର ଓ ଅନ୍ୟ ସହରମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କୋଭିଡ ନାଇଣ୍ଟିନ୍‍ ପରିଚାଳନା ପାଇଁ ସେମାନେ ସରକାରଙ୍କୁ ଦୋଷାରୋପ କରିଥିଲେ। ଟ୍ୟୁନିସିଆ ପାର୍ଲାମେଣ୍ଟ ବାଚସ୍ପତି ରାଚେଡ୍‍ ଘାନୋଚ୍ଚି ରାଷ୍ଟ୍ରପତି ଏହି ବିଦ୍ରୋହର ସୂତ୍ରଧର ବୋଲି କହିଛନ୍ତି। ଦଶବର୍ଷ ପୂର୍ବେ ଟ୍ୟୁନିସିଆରେ ବିଦ୍ରୋହ ଦେଖାଦେଇଥିଲା ଓ ସେଠାରେ ଗଣତନ୍ତ୍ର ସ୍ଥାପିତ ହୋଇଥିଲା। ସେଠାରୁ ଆରବ ବିଦ୍ରୋହ ସମଗ୍ର ଅଞ୍ଚଳକୁ ବ୍ୟାପିଥିଲା।

Comments are closed.