ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର

ପାଟଣା : ପାଟଣା ଥାନା ଏରେଣ୍ଡେଇ ଗ୍ରାମ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ବାଇକ୍ ରେ ଥିବା ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛି । ଗୁରୁତର ଯୁବକ ଦୁଇଜଣ ଡୁମୁରିଆ ଗ୍ରାମ ମୁକୁଟବନ୍ଧ ସାହିର ଭରତ ଚନ୍ଦ୍ର ମହାନ୍ତ ଓ ଶ୍ୟାମ ନାଏକ ବୋଲି ଜଣାପଡିଛି । ସେମାନେ ବାଇକ୍ ଯୋଗେ ପାଟଣା ବଜାର ରୁ କାମ ସାରି ହାତିନୋଟା ଗ୍ରାମକୁ ଯାଉଥିବା ସମୟରେ ସେମାନଙ୍କ ବାଇକ୍ ଏରେଣ୍ଡେଇ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଦୁର୍ଘଟଣାରେ ଜଣଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.