ଦୁଇ ଆଇଏଏସ୍‌ଙ୍କୁ ୨ ଜିଲା ବନ୍ୟା ପରିଚାଳନା ଦାୟିତ୍ବ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା‌େ‌ବଳେ ଆଗକୁ ଲଘୁଚାପ ବର୍ଷା ବିଶେଷକରି ମହାନଦୀ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା ପାଇଁ ଅଧିକ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସତ୍ୟବ୍ରତ ସାହୁ ଓ ଜି.ରେଘୁଙ୍କୁ ଏହି ଦୁଇଟି ଜିଲାକୁ ବନ୍ୟା ନିୟନ୍ତ୍ରଣ, ସମନ୍ବୟ ଓ ମାର୍ଗଦର୍ଶନ ଲାଗି ପଠାଯାଇଛି। ରାଜସ୍ବ ବିଭାଗର ଅତିିରିକ୍ତ ଶାସନ ସଚିବ ଶ୍ରୀ ସାହୁ ଜଗତସିଂହପୁର ଓ ଡିଟିଇଟି ଦାୟିତ୍ବରେ ଥିବା ଶ୍ରୀ ରେଘୁଙ୍କୁ କେନ୍ଦ୍ରାପଡା ପଠାଯାଇଛି। ଉଭୟ ଅଧିକାରୀ ପୂର୍ବରୁ ସଂପୃକ୍ତ ଜିଲାର ଜିଲାପାଳ ଥିବାରୁ ଉଭୟଙ୍କୁ ବନ୍ୟା ପରିଚାଳନା ପାଇଁ ଏଭଳି ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଏବେ ଜଗତସିଂହପୁର ୮ ବ୍ଳକ୍‌ର ୮୦୯ ଗାଁ ଓ କେନ୍ଦ୍ରାପଡ଼ା ୭ ବ୍ଳକ୍‌ର ୮୬ ଗାଁ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଆଗାମୀ ୨୪ ଘଣ୍ଟାରେ ମୁଣ୍ଡୁଳୀରୁ ଅତିକ୍ରମ କରୁଥିବା ବନ୍ୟାଜଳ ଅଧିକ ବିପଦ ବଢାଇବା ଆଶଙ୍କା ରହିଛି।

Comments are closed.