ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡି ଭସ୍ମୀଭୂତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣପୋଷୀ ଗ୍ରାମର ଡୁଙ୍ଗୁରିସାହିର ଗଜେନ୍ଦ୍ର ହୋଙ୍କ ଘରେ ଆଜି ପ୍ରାୟ ୩ଟା ସମୟରେ କୌଣସିକାରଣ ବଶତଃ ନିଆଁ ଲାଗିଯାଇଥିଲା। ଫଳରେ ଘରଟି ସଂପୂର୍ଣ୍ଣ ଭାବରେ ପୋଡିଯାଇ ନଷ୍ଟ ହୋଇଯାଇଛି। ଘରେ ନିଆଁ ଲାଗିବ ସମୟରେ ଗୋଜେନ୍ଦ୍ର ଘର ଭିତରେ ଶୋଇ ଥିବା ବେଳେ ଘରେ ଆଉ କେହିନଥିଲେ। ନିଆଁ ଜଳୁଥିବା ଜାଣି ଗଜେନ୍ଦ୍ର ଘର ଭିତରୁ ବାହାରି ପାଟି କରିବାରୁ ଗ୍ରାମର ଲୋକେ ଏହା ଦେଖି ନିଆଁ ଲିଭାଇବା ଉଦ୍ୟମ କରିବା ସହ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗଜେନ୍ଦ୍ରଙ୍କର ମାତ୍ର ଦୁଇ ବଖରା ଚାଳଘର ଥିଲାବେଳେ ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଘର ଭିତରେ ଥିବା ୮/୧୦ କୁଇଣ୍ଟାଲ ଧାନ ସହ ସମସ୍ତ ଆସବାବପତ୍ର ଓ ଘରକରଣା ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଗଜେନ୍ଦ୍ର ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.