ଗୋଟିଏ ଗାଡ଼ି ପାଇଁ ଦୁଇଟି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ , ଜୋରିମାନା ଚିନ୍ତାରେ କାର ମାଲିକ

ପାଟଣା –  ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ନୁଆପଡ଼ା ଗ୍ରାମର ରଞ୍ଜିତା ବେହେରାଙ୍କ ନାମରେ  ଓଡି ୦୫ଏଫ୦୬୭୩ ନମ୍ବର ବିଶିଷ୍ଟ ଗୋଟିଏ ଟାଟା ଇଣ୍ଡିଗୋ କାର  ରହିଛି  । ସରକାର ଙ୍କ ନୂଆ କଠୋର ନିୟମ ରେ ଯାନବାହନ ରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

 

ଏଥିପାଇଁ  ସେ କରଞ୍ଜିଆ ରେ ଅନଲାଇନ୍ ରେ ୬୨୫ ଟଙ୍କା ଅର୍ଥ ପଇଠ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମଗାଇ ଥିଲେ। ମାତ୍ର ଆଜି ତାଙ୍କ କାର ପାଇଁ ଆଗ ଓ ପଛ ର ଅଲଗା ଅଲଗା ନମ୍ବର ଥିବା ନମ୍ବର ପ୍ଲେଟ ଆସିଛି। ଗୋଟିକ ରେ ଓଡ଼ି ଲେଖା ଥିବା ବେଳେ ଆଉ ଗୋଟିକ ରେ ଓ ଆର ଲେଖା ଥିବାରୁ ଏହାକୁ କାର ରେ ଲଗାଇଲେ ରାସ୍ତାରେ ଜୋରିମାନା ନିଶ୍ଚିତ କାରଣ ରୁ ସେ ଚିନ୍ତାରେ ଅଛନ୍ତି।ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଉ ଥିବା ସଂସ୍ଥା ର ଏପରି ବେପରୁଆ ନୀତି ପାଇଁ ସାଧାରଣ ଗାଡ଼ି ମାଲିକ କାହିଁକି ଅସୁବିଧା ର ସମ୍ମୁଖୀନ ହେବେ ଓ ତଣ୍ଡ ଗଣିବେ ସେନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Comments are closed.