ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଉଚ୍ଚ ଶିକ୍ଷାରେ ଆନ୍ତସଂସ୍କୃତିକ କ୍ଷମତା ଗଠନ: ସ୍ଥାନୀୟ-ବିଶ୍ୱସ୍ତରୀୟ ସଂଯୋଗର ଶକ୍ତିଶାଳୀକରଣ’ ଆନ୍ତର୍ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ କାର୍ଯ୍ୟାଳୟ ଏବଂ ବିଶ୍ୱ ବ୍ୟାଙ୍କ ଓଏଚ୍‍ଇପିଇଇ ପକ୍ଷରୁ ‘ଉଚ୍ଚ ଶିକ୍ଷାରେ ଆନ୍ତସଂସ୍କୃତିକ କ୍ଷମତା ଗଠନ: ସ୍ଥାନୀୟ-ବିଶ୍ୱସ୍ତରୀୟ ସଂଯୋଗର ଶକ୍ତିଶାଳୀକରଣ’ ଶୀର୍ଷକ ଆନ୍ତର୍ଜାତୀୟ ଆଲୋଚନାଚକ୍ର ବାଣୀବିହାର ନ୍ୟୁ ଆକାଡେମିକ ବ୍ଲକରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ନୂଆଦିଲ୍ଲୀ ଆଇସିସିଆର ମହାନିର୍ଦେଶକ ଦିନେଶ କୁମାର ପଟ୍ଟନାୟକ, ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନ୍ୟୁ), ଆରଏସଡି ନିର୍ଦେଶକ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର, ବିଶ୍ୱ ବ୍ୟାଙ୍କ ଓଏଚ୍‍ଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ତେଜ ପ୍ରତାପ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

 

ଆନ୍ତର୍ଜାତିକ କାର୍ଯ୍ୟାଳୟର ସଂଯୋଜକ ଅସୀମ ରଞ୍ଜନ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସହଯୋଗୀ ସଂଯୋଜିକା ଡ.ସୀମା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆନ୍ତର୍ଜାତିକ କାର୍ଯ୍ୟାଳୟର ଅନ୍ୟତମ ସହଯୋଗୀ ସଂଯୋଜିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଆନ୍ତର୍ଜାତୀୟ ଆଲୋଚନାଚକ୍ରରେ ୧୫ରୁ ଅଧିକ ଗବେଷଣାତ୍କକ ନିବନ୍ଧ ଉପସ୍ଥାପନ କରାଯିବ। ଉଦଯାପନ ଉତ୍ସବରେ ଓଏଚ୍‍ଇପିଇଇ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ପରେମେଶ୍ୱରନ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.