୭୪ବର୍ଷ ପରେ ଦୁଇ ଭାଇଙ୍କ ପୁନର୍ମିଳନ

କରତାରପୁର ସାହିବ : ଭାରତ ବିଭାଜନ ସମୟରେ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କର ଦୀର୍ଘ ୭୪ ବର୍ଷ ପରେ ପୁନର୍ମିଳନ ହୋଇଛି। କରତାରପୁର କରିଡରଠାରେ ଉଭୟଙ୍କ ପୁନର୍ମିଳନ ସମୟର ଆବେଗିକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରଲାଭ କରିଛି । ଏହି ଦୁଇ ଭାଇ ହେଉଛନ୍ତି ମହମ୍ମଦ ସିଦ୍ଦିକ ଓ ବଡ଼ ଭାଇ ହବିବି ଓରଫ ଶେଲା। ୧୯୪୭ରେ ଭାରତ ବିଭାଜନ ସମୟରେ ଦୁହେଁ ଶିଶୁ ଥିଲେ। ହବିବ ଭାରତରେ ରହିଥିବାବେଳେ ସିଦ୍ଦିକ ପାକିସ୍ତାନ ପଟେ ରହିଯାଇଥିଲେ। ହବିବ ଭାରତର ପଞ୍ଜାବରେ ବାସ କରୁଥିବାବେଳେ ସିଦ୍ଦିକ ପାକିସ୍ତାନର ଫଇସଲାବାଦରେ ରହନ୍ତି । ୨୦୧୯ ନଭେମ୍ବରରେ କରତାରପୁର ଗୁରୁଦ୍ବାର ଦରବାର ସାହିିବ ଉଭୟ ଦେଶର ନାଗରିକଙ୍କ ପାଇଁ ଉନ୍ମୁକ୍ତ ହେବା ପରେ ସେମାନଙ୍କ ମିଳନ ସମ୍ଭବ ହୋଇଛି।

Comments are closed.