ରାହୁଳ-ରାଜନାଥ ’ଟ୍ବିଟ୍’ ଯୁଦ୍ଧ: ମଝିରେ ଡ଼େଇଁଲେ ଶଶି ଥରୁର, କୁମାର ବିଶ୍ବାସ

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାରେ ଚାଲିଛି ବିବାଦ । ଦୁଇ ଦେଶ ମୁହାଁମୁହିଁ । ଅନ୍ୟପକ୍ଷରେ କେନ୍ଦ୍ରରେ ଶାସକ ଓ ବିରୋଧୀଙ୍କ ପରସ୍ପର ଉପରକୁ ଫିଙ୍ଗୁଛନ୍ତି ‘ଶାୟରୀ’ ବାଣ । ସୋମବାର ଭାରତ ଚୀନ୍ ବିବାଦକୁ ନେଇ ରାହୁଳ ଗାନ୍ଧୀ ସରକାରଙ୍କୁ ନିଶାଣ କରିଥିଲେ ।

‘‘ସବ୍ କୋ ମାଲୁମ୍ ସୀମା କି ହକିକତ୍ ଲେକିନ,

ଦିଲ୍ ଖୁସ୍ ରଖନେ କୋ, ଶାହା-ୟଦ ଖୟାଲ ଅଚ୍ଛା ହୈ ବୋଲି ଟ୍ବିଟ୍ କରିଥିଲେ ।

ରାହୁଳଗାନ୍ଧୀଙ୍କ ଏହି ଟ୍ବିଟ୍ ଭାରତର ପ୍ରତିରକ୍ଷାମନ୍ତ୍ରୀ ଅମିତ୍ ଶାହାଙ୍କ ଏକ ବକ୍ତବ୍ୟ ଉପରେ ରହିଥିଲା । ଆମେରିକା, ଇସ୍ରାଏଲ୍ ପରେ ବିଶ୍ବର କୌଣସି ଦେଶ ନିଜର ସୀମାକୁ ସୁରକ୍ଷିତ ରଖିବାକୁ କ୍ଷମତା ରଖିଛି ତାହା ହେଉଛି ଭାରତ ବୋଲି କହିଥିଲେ ଶ୍ରୀ ଶାହା । ରାହୁଳଗାନ୍ଧୀ ଏହାକୁ ବ୍ୟଙ୍ଗ କରି ମଧ୍ୟ ଏକ ଶାୟରୀ ଲେଖିଥିଲେ-

ହମ୍ ମାଲୁମ୍ ହୈ ଜନ୍ନତ କି ହକିକତ୍ ଲେକିନ

ଦିଲ୍ ଖୁସ୍ ରଖନେ କୋ ‘ଗାଲିବ’ ୟେ ଖୟାଲ ଅଚ୍ଛା ହୈ ।

ରାହୁଳ ଉଲ୍ଲେଖ କରିଥିବା ଏହି ପଙ୍କ୍ତି  ହିନ୍ଦୀ କବି ମିର୍ଜା ଗାଲିବଙ୍କର ରହିଥିଲା । ମାତ୍ର ରାହୁଳଙ୍କ ଏହି ଟ୍ବିଟ୍ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତୁରନ୍ତ ଏହାର ପ୍ରତ୍ୟୁତ୍ତର ଦେଇଥିଲେ । ରାଜନାଥ ସିଂହ ରାହୁଳ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଆଉ ଏକ ଟ୍ବିଟ୍ କରିଥିଲେ । ରାହୁଳଙ୍କ ମିର୍ଜା ଗାଲିବଙ୍କ ଟ୍ବିଟ୍ ଉତ୍ତର ସେ ଅନ୍ୟତମ କବି ମଞ୍ଜର ଲଖନବୀଙ୍କ ଶାୟରୀ ଜରିଆରେ ଦେଇଥିଲେ। ଲେଖିଥିଲେ । ଅବଶ୍ୟ ଲଖନବୀ ତାଙ୍କର ଶାୟରୀରେ ଯେଉଁସ୍ଥାନରେ ‘ଦିଲ୍’ ବ୍ୟବହାର କରିଥିଲେ ସେଠାରେ ରାଜନାଥ ‘ହାଥ’ ଶବ୍ଦ ପ୍ରୟୋଗ କରି ରାହୁଳଙ୍କ ଉଦ୍ଦେଶ୍ୟରେ ପାଲଟା ବାଣ ମାରିଥିଲେ ।

ହାଥ୍ ମେ ଦର୍ଦ ହୋ ତୋ ଦୱା ଫୌଜି…

ହାଥ୍ ହି ଦର୍ଦ ହୋ ତୋ କ୍ୟା ଫୌଜି ।

ଶାସକ ଓ ବିପକ୍ଷ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଶାୟରୀ-ଟ୍ବିଟ୍ ଯୁଦ୍ଧ ଚାଲିଥିବାବେଳେ ଏଥି​‌ରେ ଲମ୍ଫ ଦେଇଛନ୍ତି କଂଗ୍ରେସ ନେତା ଶଶି ଥରୁର ଓ କବି କୁମାର ବିଶ୍ବାସ । ଶଶି ଥରୁର ତାଙ୍କ ଟ୍ବିଟରରେ ରାଜନାଥଙ୍କ ଉଦ୍ଦେଶ୍ୟରେ ଶାଣିତ ଟିପ୍ପଣୀ ଦେଇଥିଲେ ।

ଦୁଇ ଦଳର ନେତାଙ୍କ ମଧ୍ୟରେ ଶାୟରୀ ଯୁଦ୍ଧ ଚାଲିଥିବାବେଳେ କବି ଡ଼ା. କୁମାର ବିଶ୍ବାସଙ୍କ ଟ୍ବିଟ୍ ଆହୁରି ରୋଚକ ହୋଇଛି । ସେ ତାଙ୍କ ଟ୍ବିଟରେ ଉଭୟ ରାଜନାଥ ଓ ରାହୁଳ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଆଦରଣୀୟ ରାଜନାଥ ଜୀ ଓ ପ୍ରିୟ ରାହୁଳ ଗାନ୍ଧୀ ଜୀ । ଆପଣ ଦେଶ ଓ ନିଜ ଦଳ ଚିନ୍ତା କରନ୍ତୁ । ଶାୟରୀ ଓ କବିତାକୁ ଆମ ପରି ତୁଚ୍ଛ ଲୋକଙ୍କ ଉପରେ ଛାଡ଼ି ଦିଅନ୍ତୁ । ଚଚା ଗାଲିବ କାଲି ସ୍ବପ୍ନରେ ଆସି ଆପଣଙ୍କୁ ଏହା କହିବାକୁ ଦରଖାସ୍ତ କରୁଛି ।

Comments are closed.