୨୪ ବର୍ଷ ପରେ ଡିହ ଚିହ୍ନିଲେ ଭୂମିହୀନ

ଗୁଡଭେଲା : ସରକାରୀ ନିୟମ ଅନୁସାରେ ଭୂମିହୀନଙ୍କୁ ଜମି ପଟ୍ଟା ଦିଆଯାଇଥିଲା। ପଟ୍ଟା ପାଇବା ସହ ଏହାର ରାଜସ୍ୱ ବିଲ୍ ବୁଝାଉଥିଲେ ହିତାଧିକାରୀ। କିନ୍ତୁ ଦିଆଯାଇଥିବା ଜମି କେଉଁଠି ତାହା ଚିହ୍ନଟ କରାଯାଇ ପାରୁ ନଥିଲା। ହିତାଧିକାରୀ ଘର ପଟ୍ଟା ପାଇଥିଲେ ବି ଘର ନିର୍ମାଣ କରିବାରେ ସମସ୍ୟା ଭୋଗୁଥିଲେ। ଶେଷରେ ତହସିଲଦାର ଯାଇ ଜମି ଚିହ୍ନଟ କରିବା ପରେ ଖୁସି ପ୍ରକାଶ କରିଛନ୍ତି ହିତାଧିକାରୀ।

ସୂଚନା ଅନୁସାରେ, ତୁଷୁରା ତହସିଲ ଅନ୍ତର୍ଗତ ଜାମୁଟ ପଞ୍ଚାୟତ ଟିକ୍ରାପଡ଼ା ଗାଁ। ୩୧ଜଣ ଭୂମିହୀନଙ୍କୁ ୪ ଡେସିମିଲ୍ ଜମି ଦିଆଯାଇଥିଲା। କିନ୍ତୁ ଜାଗା ଚିହ୍ନଟ କରି ସେମାନଙ୍କୁ ଦିଆଯାଇ ନଥିବାରୁ ଭୂମିହୀନମାନେ ଅସହାୟ ଅବସ୍ଥାରେ ଥିଲେ। ମିଳିଥିବା ତଥ୍ୟ ଅନୁସାରେ, ଭୂମିହୀନଙ୍କୁ ୧୯୯୬ ମସିହାରେ ସରକାରଙ୍କ ନିର୍ଦ୍ଦେଶରେ ଜମି ପଟ୍ଟା ମିଳିଥିଲା। ତେବେ ଜମି ଚିହ୍ନଟ ହୋଇ ନଥିବାରୁ ସେମାନେ ବାରମ୍ବାର ଅନୁରୋଧ କରୁଥିଲେ ତୁଷୁରା ତହସିଲ ଅଧିକାରୀଙ୍କୁ। ଆଉ ନୂଆ ବର୍ଷ ଭେଟି ସ୍ୱରୂପ ୩୧ଜଣ ଭୂମିହୀନଙ୍କୁ ୪ ଡେସିମିଲ୍ ଜମି ଚିହ୍ନଟ ଖୋଦ୍ ତହସିଲଦାର ଚନ୍ଦ୍ରମଣି ନାଗ କରିଛନ୍ତି। ଏହି ଜମି ଚିହ୍ନଟ ପରେ ଭୂମିହୀନମାନେ ଖୁସି ପ୍ରକାଶ କରିବା ସହ ଆଗାମୀ ଦିନରେ ସେମାନେ ଘର କରିବାକୁ ସହଜ ହେବ ବୋଲି ମତ ଦେଇଛନ୍ତି।

Comments are closed.