ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା

ଭୁବନେଶ୍ଵର : ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ ମନ୍ତ୍ରୀ ତୁଷାରକାନ୍ତି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ଆସିବା ପରେ ମୁଁ ନିଜକୁ ଗୃହ ସଙ୍ଗରୋଧରେ ରଖିଛି। ନିକଟ ୭ ଦିନ ମଧ୍ୟରେ ତାଙ୍କ ସହିତ ମିଶିଥିବା ଲୋକଙ୍କୁ ସେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.