ତିନି ବାଲି ବୋଝେଇ ହାଇୱା ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ନିକଟ ୪୯ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ ହାତୀବାରୀ ନିକଟରୁ ଗତକାଲି ବେଆଇନ ବାଲି ବୋଝେଇ କରି ଯାଉଥିବା ୩ଟି ବାଲି ବୋଝେଇ ହାଇୱାକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି। ଜବତ ହାଇୱା ଗୁଡ଼ିକ ଥାନା ପରିସରକୁ ଆଣିବା ସହ ପୁଲିସ ପକ୍ଷରୁ ପାଟଣା ତହସିଲଦାରଙ୍କୁ ସୂଚନା ଦିଆଯାଇଛି। ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ପକ୍ଷରୁ ଜବତ ହାଇୱା ଗୁଡ଼ିକ ଉପରେ ଜୋରିମାନା ଆଦାୟ ପାଇଁ ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କୁହାଯାଇଥିବା ସୂଚନା ମିଳିଛି।

Comments are closed.