MEllora 950×100

କଞ୍ଚା ହଳଦୀରେ ପ୍ରସ୍ତୁତ କରନ୍ତୁ ତରକାରୀ ; ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ହଳଦୀ ଏପରି ଏକ ମସଲା ଯାହା ପ୍ରତ୍ୟେକଙ୍କ ରୋଷେଇ ଘରେ ଉପଲବ୍ଧ। ଏହାସହ ଆୟୁର୍ବେଦରେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ହଳଦୀରେ ପ୍ରୋଟିନ, କାବ୍ରୋହାଇଡ୍ରେଟ, କ୍ୟାଲସିୟମ, ଫାଇବର, ଆଇରନ, ଜିଙ୍କ୍‌‌ ଆଦି ଭରପୁର ମାତ୍ରାରେ ରହିଛି। ମାତ୍ର ଆପଣ ହୁଏତ ଜାଣିନଥିବେ କଞ୍ଚା ହଳଦୀକୁ ତରକାରୀ ଭାବେ ପ୍ରସ୍ତୁତ କରି ମଧ୍ୟ ସେବନ କରାଯାଏ। ଏହା ଶୀତରେ ଶରୀରକୁ ଉଷ୍ଣତା ପ୍ରଦାନ କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି କଞ୍ଚା ହଳଦୀ ତରକାରୀର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ପାଚନକୁ ସୁସ୍ଥ ରଖିବା ସହ ବୃକକ୍‌‌ ସୁସ୍ଥ ରହିଥାଏ। ଜାଣନ୍ତୁ କିଭଳି ଏହାକୁ କରିବେ ପ୍ରସ୍ତୁତ..
ଆବଶ୍ୟକ ଅନୁଯାୟୀ ଘିଅ
ଡାଲଚିନି ୧ଟି
ଜିରା – ୧ ଚାମଚ
ହେଙ୍ଗୁ – ସାମାନ୍ୟ
କଞ୍ଚା ଲଙ୍କା – ୨ ରୁ ୩ଟି
ରସୁଣ – ୧ ଚାମଚ (କଟା ହୋଇଥିବା)
ଅଦା – ୧ ଚାମଚ (କଟା ହୋଇଥିବା)
କଞ୍ଚା ହଳଦୀ – ୨୦୦ ଗ୍ରାମ
ଦହି – ୩କପ
ଗରମ ମସଲା – ୧ ଚାମଚ
ମଟର ଛୁଇଁ – ୧କପ
ଧନିଆ ଗୁଣ୍ଡ – ୧ ଚାମଚ
ଲୁଣ – ସ୍ୱାଦ ଅନୁଯାୟୀ
କଞ୍ଚା ହଳଦୀ ତରକାରୀ ପ୍ରସ୍ତୁତ କରିବା ପାଇଁ ଏକ କଡେଇରେ ତେଲ ପକାଇ ଉଷୁମ କରନ୍ତୁ। ତେଲ ଗରମ ହେବା ମାତ୍ରେ ଏଥିରେ ଜିରା, ହେଙ୍ଗୁ, ରସୁଣ, ଅଦା, କଞ୍ଚାଲଙ୍କା ପକାନ୍ତୁ। ଏହାପରେ କଞ୍ଚା ହଳଦୀକୁ କୋରି ଏହାକୁ ପକାଇ ଭଲ ଭାବେ ଗୋଳାନ୍ତୁ। ୧୦ ରୁ ୧୫ ମିନିଟ୍‌‌ ଯାଏଁ ପ୍ରସ୍ତୁତ କରି ଏଥିରେ ଦହି, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଲୁଣ , ମଟର ଛୁଇଁ ପକାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ହଳଦୀ ତରକାରୀ।

Comments are closed.