ତୁରେକେଲା ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ

ତୁରେକେଲା: ତୁରେକେଲା ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ସମିତି ଅଧକ୍ଷା ପୂଜା ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆମନ୍ତ୍ରିତ ଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ବୈଠକରେ ଉପସ୍ଥିତ ରହି କୃଷି, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ମହାତ୍ମା ଗାନ୍ଧୀ ମନରେଗା ଯୋଜନାରେ ଚାଲିଥିବା ଯୋଜନା, ଲଘୁବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ଉପରେ ଆଲୋଚନା କରାଯିବା ସହ ସୁଚିନ୍ତିତ ମତାମତ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରି ବାରମ୍ବାର ବୈଠକରେ ଅନୁପସ୍ଥିତ ରହୁଥିବାରୁ ସମସ୍ତ ସଭ୍ୟସଭ୍ୟା କ୍ଷୁବ୍ଧ ହୋଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଥିଲେ। ଅଧକ୍ଷଙ୍କ ଅନୁରୋଧ କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ବୈଠକ ପରିଚାଳନା କରିଥିଲେ। ଜିଲ୍ଲା ପରିଷଦଜୋନ ନଂ ୧୧ ସଭ୍ୟ କୌଶିକ ମେହେର, ଉପାଧ୍ୟକ୍ଷା ଦମୟନ୍ତୀ ଖୁରା, ତହସିଲଦାର ସମୀର ବେହେରା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋବିନ୍ଦ ଭୁଏ ମଞ୍ଚାସିନ ଥିବାବେଳେ ବୈଠକରେ ସମସ୍ତ ସମିତିସଭ୍ୟ ସରପଞ୍ଚ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.