ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ପାଟନା : ବିହାରର ରାଜଧାନୀ ପାଟନାରେ କିଛି ଦୁର୍ବୃତ୍ତ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨୦ଜଣ ଦୁର୍ବୃତ୍ତ କାରରେ ଆସି ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ଶିକ୍ଷୟିତ୍ରୀଙ୍କ ବୟସ ୨୨ବର୍ଷ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅପହରଣ ହୋଇଥିବା ଯୁବତୀଜଣଙ୍କ ଟ୍ୟୁସନ୍ ଶିକ୍ଷୟିତ୍ରୀ। ଦୁର୍ବୃତ୍ତମାନେ ଯୁବତୀଙ୍କୁ ଅପହରଣ କରି ନେଉଥିବା ସମୟରେ ସାଧାରଣ ଲୋକମାନେ ସେମାନଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ପୁଲିସ ଖବର ପାଇବାମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେ ଲୋକଙ୍କୁ ଶାନ୍ତ ହେବାକୁ କହିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.