ମଙ୍ଗଳବାର ରାଶିଫଳ(୨୪/୧୧/୨୦୨୦)

ମେଷ: ନୀତିନିଷ୍ଠ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ପ୍ରଭାବଶାଳୀ ହେବେ। ଜନ ବଲ୍ଲଭ ହୋଇପାରନ୍ତି। ଶ୍ରଦ୍ଧାନ୍ୱିତ ହେବେ। ସୁଖ ସମ୍ଭୋଗ କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତ। ଅଧିକ ବ୍ୟୟ ହୋଇପାରେ।
ବୃଷ: ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।
ମିଥୁନ: ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମଚଞ୍ଚଳ ରହିବେ। ଗୃହ ପରିବେଶ ସ୍ୱା​‌​‌େ​‌ସ୍ଥ୍ୟାପଯୋଗୀ ହେବ।
କର୍କଟ: ସତ୍‍କର୍ମର ଫଳପ୍ରାପ୍ତ ହେବେ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ସିଂହ: କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ସ୍ୱଳ୍ପ, ଆୟର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ। ଶୁଭକର୍ମରେ ବ୍ୟୟାଧିକ ହୋଇପାରେ।
କନ୍ୟା: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ତୁଳା: ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସତକର୍ମରେ ନିୟୋଜିତ ହେବେ। ଋଣ ପରିଶୋଧ କରିବେ।
ବିଛା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅଧ୍ୟାପନାର ପ୍ରସ୍ତୁତି ପାଇଁ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଜନ ସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ଅନ୍ୟାୟର ପ୍ରତିବାଦ କରି ଚର୍ଚ୍ଚାର କେନ୍ଦୁବିନ୍ଦୁ ହେବେ। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ।
ମକର: ଅର୍ଥ ସମସ୍ୟାର ସମାଧାନ ହୋଇପାରେ। ଶ୍ରମ ସାର୍ଥକ ହେବ। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କୁମ୍ଭ: ଆଶାବାଦୀ ହେବେ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଧନବାନ୍‍ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବିବାଦରେ ବିଜୟୀ ହେବେ।
ମୀନ: ଦିନଟି ଆପଣଙ୍କ ପାଇଁ ଶାନ୍ତିଦାୟକ ହେବ। ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

Comments are closed.