ବୁଧବାର ରାଶିଫଳ(୩୦ ସେପ୍ଟେମ୍ବର ୨୦୨୦)

ମେଷ: ବକେୟା ପ୍ରାପ୍ୟ ମିଳିପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ।
ବୃଷ: ଯୋଗାଯୋଗ ସଫଳ ହେଲେ ବି ତୃପ୍ତିଦାୟକ ହେବ ନାହିଁ। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। କୁଟୁମ୍ବ ସୁଖ ମିଳିବ।
ମିଥୁନ: ଉଚ୍ଚସମ୍ମାନ ଲାଭ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା।
ସିଂହ: ବ୍ୟବସାୟରୁ ଆଶାନୁରୂପ ଲାଭ ପାଇପାରନ୍ତି। ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିବେ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ସୁଖୀ ହେବେ।
କନ୍ୟା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶକ୍ତିମାନ୍‍ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଲୋକ ସଂପର୍କ ବୃଦ୍ଧି ପାଇବ।
ତୁଳା: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ। ଧାର୍ମିକ ଓ ତେଜସ୍ୱୀ ହେବେ।
ବିଛା: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମର ଦୀକ୍ଷା ଗ୍ରହଣ କରିବେ। ସୁଖୀ ହେବେ। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ତତ୍ପର ହେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ।
ଧନୁ: ଅତୀତର ଜଟିଳ ସମସ୍ୟା ଘେନି ସନ୍ଦିହାନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ବନ୍ଧୁପ୍ରେମୀ ହେବେ।
ମକର: ଚିନ୍ତାଧାରାକୁ କାର୍ଯ୍ୟ କରି ପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସ୍ନେହ ମିଳିପାରେ। ଧନାଗମ ହେବ।
କୁମ୍ଭ: ଯେତେ ଚେଷ୍ଟା କଲେ ବି, କାର୍ଯ୍ୟ ବିଳମ୍ବିତ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ନିଜର ପରାକ୍ରମ ପ୍ରତିପାଦନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ବିବାଦୀୟ ଘଟଣାର ସୁସମାଧାନ କରିବାରେ ସଫଳ ହେବେ। କର୍ମଚଞ୍ଚଳ ରହିବେ। ମନ ଭୁଲା କଥା କହି କାର୍ଯ୍ୟ ହାସଲ କରିପାରନ୍ତି। ଧାର୍ମିକ ଭାବେ ଆନୁଷ୍ଠାନିକ କାର୍ଯ୍ୟ​‌େ​‌ର ଅଧିକ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

Comments are closed.