ମଙ୍ଗଳବାର ରାଶିଫଳ

ମେଷ: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
ବୃଷ: ମନ ପ୍ରଫୁଲ୍ଲ ରହିବ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି।
ମିଥୁନ: କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
କର୍କଟ: ବ୍ୟବସାୟରେ ଉନ୍ନତି ଘଟିବ। କଷ୍ଟ ସ୍ବୀକାର କରିପାରନ୍ତି। ଈର୍ଷାପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟୀ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ନିଷେଧ।
ସିଂହ: ଯାତ୍ରାଦିରେ ଲାଭବାନ୍‌ ହୋଇପାରନ୍ତି। ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହେବ। ଶାନ୍ତ ଓ​‌ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ନିଜ କାର୍ଯ୍ୟ ପାଇଁ ଗର୍ବିତ ହେବେ। ପତ୍ନୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପାଦେୟ ହେବ।
କନ୍ୟା: ଦୂରବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ଶତ୍ରୁର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍‌ ହୋଇପାରନ୍ତି। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ।
ତୁଳା: ପରିବେଶ ଆପଣଙ୍କ ପାଇଁ ସୁଖଦାୟକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଜୁଆ କିମ୍ବା ଲଟେରୀ ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
ବିଛା: ବହୁ ଭ୍ରମଣ କରିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁଖୀ ହେବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନରାମୟ ରହିବେ। କୃଷି କର୍ମରେ ତତ୍ପର ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ଧନୁ: ଷଡ଼ଯନ୍ତ୍ରରୁ ଉଧୁରି ଯିବେ। କାର୍ଯ୍ୟକ୍ଷେତ୍ର ଉତ୍ସାହଜନକ ହେବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ପାଇବେ।
ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ସୁଖୀ ହେବେ।
କୁମ୍ଭ: ପ୍ରିୟ ଲୋକମାନଙ୍କ ସହିତ ହସଖୁସିରେ ସମୟ ବିତାଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ଯୁଦ୍ଧ କିମ୍ବା ମୋକଦ୍ଦମାରେ ଜିଣି ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଗୃହ ଜଞ୍ଜାଳ ଲାଗି ରହିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର କଥାରେ ମନମୋହିବେ।

Comments are closed.