ମଙ୍ଗଳବାର ରାଶିଫଳ ( ୨୦-୧୦-୨୦୨୦)

ମେଷ: ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିବେ। ଗୁଣବାନ୍‍ ହେବେ। ଧନୀ ଓ ମାନୀ ହୋଇପାରନ୍ତି; ମାତ୍ର ଅଷ୍ଟମଚନ୍ଦ୍ର ଭୋଗ ହେତୁ ଶାରୀରିକ ଓ ମାନସିକ ସ୍ତରରେ ପୀଡ଼ା ଅନୁଭବ କରିପାରନ୍ତି।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଭୋଜନ ତୃପ୍ତିଦାୟକ ହେବ। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ୱୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ କରିବେ।

ମିଥୁନ: ଅତିପ୍ର୍ରିୟତାରେ ଗୌରବ ହାନି ଘଟି ପାରେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ସତ୍‍ସଙ୍ଗୀ ହେବେ। ସୁଖ ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି। ଉନ୍ନତି ମାର୍ଗରେ ଅଗ୍ରଗାମୀ ହେବେ। ମନରେ ସରସତା ଭାବ ଆସିବ।

କର୍କଟ: ପଠନ, ଲିଖନରେ ମନୋନିବେଶ କରିପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ସତ୍‍ସଙ୍ଗରେ ଯୋଗଦାନ କରିପାରନ୍ତି। ପଡ଼ୋଶୀଙ୍କ ସହିତ ସଦ୍ଭାବନା ରହିବ। ଯଶସ୍ୱୀ ହେବେ। ଶୁଭ କର୍ମ ପାଇଁ ବାତାବରଣ ଅନୁକୂଳ ରହିଛି।

ସିଂହ: ଶୁଭାଶୁଭ ମିଶ୍ରିତ ଫଳ ମିଳିବ। କର୍ମଚଞ୍ଚଳ ରହିବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ଧର୍ମ ଧାରଣାରେ ନିୟୋଜିତ ହେବେ। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି। ଉତ୍ତମ ମିତ୍ର କିମ୍ବା ପୁତ୍ର ଲାଭର ସୂଚନା ମିଳୁଛି। କଥାକାର ହେବେ।

କନ୍ୟା: ମାନ୍ୟତାପ୍ରାପ୍ତ ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦୁଶ୍ଚିନ୍ତା ଦୂର ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁଖଭୋଗ କରିବେ।

ତୁଳା: ଆଶାବାଦୀ ହୋଇପାରନ୍ତି। ଭିନ୍ନଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦୃଢ଼ ସଂକଳ୍ପ ନେଇ କର୍ମକ୍ଷେତ୍ରରେ ପ୍ରୟାସ ଜାରି ରଖିବେ। ସୁଖ ସନ୍ତୋଷ ଲାଭ କରିବେ। ସନ୍ମାର୍ଗୀ ହେବେ।

ବିଛା: କଳ, ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ନିର୍ଭରଶୀଳ ନ ହୋଇ ନିଜ ଚିନ୍ତାଧାରା ପ୍ରୟୋଗ କଲେ ସଫଳତା ମିଳିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଦେବ କାର୍ଯ୍ୟ କରି ଆଶ୍ୱସ୍ତ ହେବେ।

ଧନୁ: ପଥରୋଧ କରିବାକୁ କେହି ଉଦ୍ୟମ କରିପାରନ୍ତି। ମନଯୋଗ ସହକାରେ ପୂଜାର୍ଚ୍ଚନା କରିବେ। ବାଣିଜ୍ୟ କାରବାର ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ପରିଚାଳନା କରିବେ। ଜନ ସାଧାଣଙ୍କର ପ୍ରିୟଭାଜନ ହେବେ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ପାରଙ୍ଗମ ହେବେ। ଆୟ ଆଶାନୁରୂପ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳନରେ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସତ୍‍କର୍ମରେ ନିୟୋଜିତ ହେବେ।

କୁମ୍ଭ: ଉଦ୍ୟମ ପ୍ରଶଂସନୀୟ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସରକାରୀ ଧନ ମିଳିପାରେ। ବିଦ୍ୟାବାନ୍‍ ହେବେ। ଗୁଣୀ ହୋଇପାରନ୍ତି। ଚତୁରତାରୁ ଶତ୍ରୁ ପଛଘୁଞ୍ଚା ଦେବ।

ମୀନ: ଯାହା ଇଚ୍ଛା କରିବେ; ତାହା ଅକ୍ଳେଶରେ ପାଇ ପାରନ୍ତି। ସାଧୁସେବାରେ ନିୟୋଜିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ପରିଶ୍ରମର ମୂଲ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ।

Comments are closed.