ମଙ୍ଗଳବାର ରାଶିଫଳ ୧୫.୦୬.୨୦୨୧

ମେଷ: ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ନୀତିନିଷ୍ଠ, ଚତୁର ଓ ଧନଯୁକ୍ତ ହେବେ।
ବୃଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନରୁ ଆତ୍ମସନ୍ତୋଷ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ସନ୍ତୁଷ୍ଟ ହେବେ।
ମିଥୁନ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। କର୍ମଚଞ୍ଚଳ ରହିବେ। ଶିଳ୍ପ କ୍ଷେତ୍ରରେ ଅଭିଜ୍ଞ ହେବେ। ବିନୟୀ ସ୍ବଭାବର ହୋଇ ପାରନ୍ତି। ସଙ୍ଗୀତପ୍ରିୟ ହେବେ। ବଦାନ୍ୟ ବ୍ୟକ୍ତିଭାବେ ପରଗଣିତ ହେବେ।
କର୍କଟ: ସୁଖ, ସମ୍ମାନ ଲାଭ କରପାରନ୍ତି। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାର୍ଥ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ: କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇ ପାରନ୍ତି। ଅଯଥା ବିତର୍କରୁ ଓହରି ଯାଇ ପାରନ୍ତି। ନୃତ୍ୟ ସଙ୍ଗୀତରେ ଅଧିକ ଧନ ବ୍ୟୟ କରିବେ। ଧର୍ମମାର୍ଗରେ ମନୋନିବେଶ କରିବେ। ସନ୍‌ମାର୍ଗୀ ହେବେ।
କନ୍ୟା: ସୁସମ୍ବାଦ ପାଇ ଖୁସୀ ହୋଇ ପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବୃତ୍ତିଗତ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ନିଜର ପଟୁତା ପ୍ରତିପାଦନ କରିବେ।
ତୁଳା: ସୁଖ-ସମ୍ମାନ ଲାଭ କରି ପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ।
ବିଛା: ସେବାରେ ଓ ପୂଜାରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍‌ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ।
ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି। ଶୁଭକାର୍ଯ୍ୟ ବର୍ଜନୀୟ। ଧନ ଆସିବାରେ ବାଧା ଉପୁଜୁଥିଲେ ବି କ୍ଷୟ ହେବାର ସମ୍ଭାବନା ନାହିଁ। ଦୁଃଶ୍ଚିନ୍ତା ଲାଗି ରହିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।
କୁମ୍ଭ: ଶତ୍ରୁର ମିକାବିଲା ପାଇଁ ଯୋଜନା ପ୍ରସ୍ତୁତିରେ ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ମୀନ: ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟାପନାର ପ୍ରସ୍ତୁତି ପର୍ବ ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ।

Comments are closed.