ମଙ୍ଗଳବାର ରାଶିଫଳ ୦୧ ଜୁନ ୨୦୨୧

ମେଷ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁକୁ ପ୍ରଭାବିତ କରିବେ। ଧନ ବୃଦ୍ଧି ଲାଭ ସହିତ ମହାନୁଭବ ହେବେ।
ବୃଷ: ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ସନ୍‌ମାର୍ଗୀ ହେବେ। କଳୁଷ ଦୂର ହେବ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଶୌର୍ଯ୍ୟମୁତଂ ଓ ଭୋଗପ୍ରିୟ ହେବା ଆଶା କରାଯାଏ।
କର୍କଟ: କୁମିତ୍ରମାନଙ୍କଠାରୁ ଦୂରେଇ ନ ରହିଲେ ବିପଦକୁ ବରଣ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବ୍ୟବସାୟରେ ବହୁ ଲାଭ ହେବ। ସର୍ବଜନାରୁରକ୍ତ ହେବେ। ବିଚକ୍ଷଣ ବୁଦ୍ଧି ଯୁକ୍ତ ହେବେ।
ସିଂହ: ସୁଖକର ଘଟଣା ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ମିଷ୍ଟାନ୍ନ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି। ଶାସ୍ତ୍ରଜ୍ଞ ହେବେ। ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ରାଜପୂଜା ପାଇବେ।
କନ୍ୟା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସତର୍କତାର ଦିନ। ‘ହାତେ ମାପି ଚାଖଣ୍ଡେ ଚାଲିବେ’।
ତୁଳା: ନିସର୍ଗ ସୁଖ ଭୋଗ କରି ପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ଧନୁ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ୍‌ ପ୍ରେରଣାଦାୟୀ ହେବେ। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ମକର: ତେଜିୟାନ୍‌ ହେବେ। ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ପୁତ୍ର ସୁଖ ଭୋଗ କରିପାରନ୍ତି। ଜନପ୍ରିୟ ହେବେ। ଶୁଭକାର୍ଯ୍ୟରୁ ବିରତ ହେବା ଉଚିତ। ଆକସ୍ମିକ ସମସ୍ୟା ଦେଖାଦେଇପାରେ।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୀର୍ତ୍ତିମାନ୍‌ ହେବେ। ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ। ଅସନ୍ତୋଷ ଦୂର ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି।
ମୀନ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ବନ୍ଧୁ ବିରୋଧରେ ସମ୍ମୁଖୀନ ହେବେ। ବହୁ ବ୍ୟୟର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରି ଉପକୃତ ହେବେ।

Comments are closed.