ଟ୍ରମ୍ପଙ୍କୁ ହୋଇନି କରୋନା, ରକ୍ତ ନମୁନା ରିପୋର୍ଟ ନେଗେଟିଭ୍

ୱାଶିଂଟନ : ସମଗ୍ର ବିଶ୍ବରେ କୋଭିଡ-୧୯ ଆତଙ୍କ ଏବଂ ଭୟର ବାତାବରଣ ଖେଳାଇଚାଲିଛି। ଏହି କରୋନା ଭାଇରସ୍ ଭୟ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ମୁଖ୍ୟଙ୍କୁ ମଧ୍ୟ ଘାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୟରେ ନିଜର ରକ୍ତ ନମୁନା ପରୀକ୍ଷଣ କରାଇନେଇଛନ୍ତି। ଏକ ସପ୍ତାହ ପୂର୍ବରୁ ଟ୍ରମ୍ପ ବ୍ରାଜିଲର ପ୍ରତିନିଧୀଙ୍କ ସହ ରାତ୍ରୀ ଭୋଜନରେ ସାମିଲଥିଲେ। ଏହାପରେ ଟ୍ରମ୍ପଙ୍କୁ କରୋନା ଭୟ ଘାରିଥିଲା। ସେ ନିଜକୁ କରୋନା ଆକ୍ରାନ୍ତଥିବା ଅନୁଭବ କରୁଛନ୍ତି ବୋଲି ଏକ ସଭାରେ କହିଥିଲେ। ଏହପରେ ହ୍ବାଇଟ ହାଉସ ପକ୍ଷରୁ ତାଙ୍କର ରକ୍ତ ନମୁନା ପରୀକ୍ଷଣ କରାଯାଇଥିଲା। ରବିବାର ରକ୍ତ ନମୁନା ରିପୋର୍ଟ ଆସିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଶ୍ବସ୍ତି ମିଳିଛି। ଟ୍ରମ୍ପଙ୍କ ରକ୍ତ ନମୁନା କୋଭିଡ-୧୯ ନେଗେଟିଭ୍ ଆସିଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ସମଗ୍ର ବିଶ୍ବରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୧ଲକ୍ଷ ୬୨ ହଜାର ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬,୦୮୫ରେ ପହଞ୍ଚିଛି। ଆମେରିକାରେ କରେନାରେ ୩,୦୯୪ ଜଣ ଆକ୍ରାନ୍ତ ଥିବା ବେଳେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆମେରିକା କରୋନାକୁ ଜାତୀୟ ବିପତ୍ତି ଭାବେ ମଧ୍ୟ ଘୋଷଣା କରିସାରିଛି।

Comments are closed.