‘ମିଛୁଆ’ ଟ୍ରମ୍ପ; ଫେସବୁକରେ ପ୍ରଶଂସକଙ୍କ ସଂଖ୍ୟାକୁ ନେଇ କରିଥିବା ଦାବି ଭୁଲ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବା ପୂର୍ବରୁ ଶନିବାର ଏକ ଟ୍ବିଟ୍‌ କରିଥିଲେ। ପେସ୍‌ବୁକରେ ତାଙ୍କର ପେଜ୍‌ ଲାଇକ୍‌ ସଂଖ୍ୟା ସବୁଠୁ ଅଧିକ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ସ୍ଥାନରେ ରହିଥିବା ଟ୍ରମ୍ପ ଟ୍ବିଟ୍‌ରେ ଲେଖିଥିଲେ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ଏହା ସହିତ ଟ୍ରମ୍ପ ମିଛ କହିଥିବା ମଧ୍ୟ ସ୍ପଷ୍ଟ ହୋଇଛି।

ଫେସବୁକରେ ସେ ୧ ନମ୍ବର(ପେଜ୍‌ ଲାଇକ୍‌ ସଂଖ୍ୟା) ଏବଂ ମୋଦୀ ଦ୍ବିତୀୟ ବୋଲି ଟ୍ରମ୍ପ କହିଥିଲେ। ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ଏହା ତାଙ୍କୁ କହିଥିବା ଟ୍ରମ୍ପ ଉଲ୍ଲେଖ କରିଥିଲେ। ଏହି ଟ୍ବିଟ୍‌ ପରେ ଟାଇମ୍ସ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ଟ୍ରମ୍ପଙ୍କ ତୁଳନାରେ ମୋଦୀଙ୍କ ପେଜ୍‌ ଲାଇକ୍‌ ସଂଖ୍ୟା ଦୁଇଗୁଣ। ଅର୍ଥାତ୍‌ ରିପୋର୍ଟ ଲେଖାଯିବା ସମୟରେ ଟ୍ରମ୍ପଙ୍କ ଫେସବୁକରେ ପେଜ୍‌ ଲାଇକ୍‌ ସଂଖ୍ୟା ୨ କୋଟି ୫୯ ଲକ୍ଷ ୬୭ ହଜାର ୨୩୩ ଥିଲାବେଳେ ମୋଦୀଙ୍କ ପେଜ୍‌ ଲାଇକ୍‌ ସଂଖ୍ୟା ୪ କୋଟି ୪୬ ଲକ୍ଷ ୨୩ ହଜାର ୨୯୧ ରହିଛି। ତେବେ କ୍ରିଷ୍ଟିଆନୋ ରୋନାଲ୍ଡୋ ୧ ନମ୍ବର ସ୍ଥାନରେ ରହିଛନ୍ତି। ଫେସବୁକରେ ତାଙ୍କ ପେଜ୍‌ ଲାଇକ ସଂଖ୍ୟା ୧୨ କୋଟି ୨୪ ଲକ୍ଷ ୮ ହଜାର ୫୯୪ ରହିଛି। ରୋନାଲ୍ଡୋଙ୍କ ପଛକୁ ୨ୟ ସ୍ଥାନରେ ରିୟଲ ମାଦ୍ରିଦ୍‌ ସି.ଏଫ(ଫେସବୁକ ପେଜ୍‌ ଲାଇକ୍‌ ସଂଖ୍ୟା ୧୧ କୋଟି ୧୧ ଲକ୍ଷ ୧୧ ହଜାର ୮୨୬) ଏବଂ ୩ୟ ସ୍ଥାନରେ ଏଫସି ବାର୍ସିଲୋନା(ଲାଇକ୍‌ ସଂଖ୍ୟା ୧୦ କୋଟି ୩୨ ଲକ୍ଷ ୫୦ ହଜାର ୩୪୩) ରହିଛି।

Comments are closed.