ହୁୱାୱି ଉପରେ ପ୍ରତିବନ୍ଧକ ଲଗାଇଲା ଆମରେିକା, ଜବାବୀ କାର୍ଯ୍ୟାନୁଷ୍ଠାନ ଧମକ ଦେଲା ଚୀନ

ୱାଶିଂଟନ/ଚୀନ : ଆମେରିକା ବିଶ୍ୱର ସୁବୁଠୁ ବଡ଼ ଦୂରସଂଚାର ଉପକରଣ ନିର୍ମାତା କମ୍ପାନୀ ହୁୱାୱି ଉପରେ ପ୍ରତିବନ୍ଧକ ଲଗାଇଛି। ଚୀନ ଏହାକୁ ନେଇ ଗୁରୁବାର ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ନିଜ କମ୍ପାନୀଗୁଡ଼ିକର ସ୍ବାର୍ଥ ଏବଂ ଅଧିକାରର ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚୀନ ପକ୍ଷରୁ କୁହାଯାଇଛି।
ହୁୱାୱି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆମେରିକାର ନିଷ୍ପତ୍ତିକୁ ନେଇ ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଂଗ ପ୍ରତିକ୍ରିୟା ରଖିଛନ୍ତି। ଲୁ କାଂଗ କହିଛନ୍ତି ଯେ ଆମେରିକା ବାଣିଜ୍ୟ ବିଭାଗର ନିଷ୍ପତ୍ତି ଉପରେ ଅନୁଧ୍ୟାନ କରୁଛୁ। ଆମେ ସବୁବେଳେ ଅନ୍ତର୍ଜାତୀୟ ଓ ଅନ୍ୟ ଦେଶର ନିୟମର ପାଳନ କରିଛୁ। ଆମେ ଆମେରିକାକୁ ଏଭଳି ଗତିବିଧିକୁ ବନ୍ଦ କରି ଉତ୍ତମ କାରବାର ସହଯୋଗ ସ୍ଥାପନ କରିବାକୁ ନିବେଦନ କରୁଛୁ। ଚୀନ ନିଜ ବାଣିଜ୍ୟ ଆଇନ, ଅଧିକାର ଏବଂ ସ୍ୱାର୍ଥର ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ।
ପ୍ରକାଶ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଆମେରିକା କମ୍ପାନୀର ସ୍ୱାର୍ଥ ଦୃଷ୍ଟିରୁ ହୁୱାୱି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ସ୍ୱାକ୍ଷର କରିଥିଲେ। ଗୁରୁବାର ଚୀନ ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।