ସିରିଆ ବିଦ୍ରୋହୀଙ୍କ ଉପରେ ହିଂସା ବନ୍ଦ କର – ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ମସ୍କୋ, ଡାମାସସ୍କସ୍‍ ଏବଂ ତେହେରାନ୍‍ ସରକାରଙ୍କୁ ସିରିଆର ଇଡ୍‍ଲିବ୍‍ ପ୍ରଦେଶରେ ସିରିଆ ବିଦ୍ରୋହୀମାନଙ୍କ ଉପରେ ହିଂସା ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ ଟ୍ୱିଟ୍‍ ଯୋଗେ ରୁଷ୍‍, ସିରିଆ ଏବଂ ଇରାନକୁ କହିଛନ୍ତି ଯେ ସିରିଆର ଉତ୍ତର ପଶ୍ଚିମାଞ୍ଚଳ ପ୍ରଦେଶରେ ସେମାନେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରୁଛନ୍ତି। ଇଡ୍‍ଲ୍‍ବିରେ ହିଂସା ବନ୍ଦ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ସେହି ଦେଶଗୁଡିକୁ କହିଛନ୍ତି।

ସିରିଆରେ ଥିବା ମାନବିକ ଅଧିକାର ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଚଳିତ ମାସରେ ଆକାଶମାର୍ଗରୁ ଆକ୍ରମଣରେ ୮୦ ଜଣ ନାଗରିକଙ୍କର ପ୍ରାଣହାନୀ ଘଟିଛି। ସେହିପରି ପ୍ରାୟ ୪୦ ହଜାର ଲୋକଙ୍କୁ କିଛି ସପ୍ତାହ ମଧ୍ୟରେ ସ୍ଥାନାନ୍ତରିତ ହେବାକୁ ପଡ଼ିଛି ବୋଲି ଏହି ଯୁଦ୍ଧକୁ ନିରୀକ୍ଷଣ କରୁଥିବା ଗୋଷ୍ଠୀ କହିଛି।

Comments are closed.