ଆମେରିକା ଉତ୍ପାଦ ଉପରେ ଭାରତ ଶୁଳ୍କ ହ୍ରାସ କରିବାକୁ ଟ୍ରମ୍ପଙ୍କ ଅପିଲ

ୱାଶିଂଟନ: ଆସନ୍ତା ୨୮ ତାରିଖରୁ ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଭାରତ, ଆମେରିକା, ଜାପାନ, ରୁଷ, ଚାଇନା, ଫ୍ରାନ୍ସ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରଠାରୁ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଆମେରିକା ସମେତ ଅନ୍ୟାନ୍ୟ କେତେକ ଦେଶ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ। ତେବେ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି ଭାରତୀୟ ଶୁଳ୍କ ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିଛି। ଟ୍ରମ୍ପ କହିଛନ୍ତି, ଭାରତ ନିଜ ଦେଶରେ ଆମେରିକାର ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଛି। ଏହା ଗ୍ରହଣୀୟ ନୁହେଁ। ଆମେରିକା ବଜାରରେ ଭାରତୀୟ ଉତ୍ପାଦ ଉପରେ କମ୍‌ ଶୁଳ୍କ ଲାଗୁ ହୋଇଛି। ତେଣୁ ଭାରତ ଆମେରିକା ଉତ୍ପାଦ ଉପରେ ଧାର୍ଯ୍ୟ କରିଥିବା ଶୁଳ୍କ ହ୍ରାସ କରିବାକୁ ସେ ଅପିଲ କରିଛନ୍ତି। ମୋଦୀଙ୍କ ସହ ଆଲୋଚନା କାଳରେ ଏ ସମ୍ପର୍କରେ ସେ ଜଣାଇବେ ବୋଲି ଟ୍ରମ୍ପ କହିଛନ୍ତି।

Comments are closed.