ଦୋକାନ ଉପରକୁ ମାଡିଗଲା ଟ୍ରକ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ମୁଖ୍ୟ ରାସ୍ତାରେ ଥିବା ଏକ ଦୋକାନ ଗୃହ ଉପରକୁ ରବିବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରକ ମାଡିଯାଇଛି। ଟ୍ରକର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଦୋକାନ ଗୃହର କାନ୍ଥ ଓ ସେଡ଼ ମଧ୍ୟ ଭୁଶୁଡ଼ି ପଡିଛି। ଟ୍ରକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।

ଟ୍ରକଟି ଜାତୀୟ ରାଜପଥରୁ ହଲାଦିଆପଦର ଓଭରବ୍ରିଜ ଦେଇ ଗୋସାଇଁ ନୂଆଗାଁ ମୁଖ୍ୟ ରାସ୍ତା ଦେଇ ବ୍ରହ୍ମପୁର ସହରକୁ ପ୍ରବେଶ କରିଥିଲା। ହେଲେ ଚାଳକଙ୍କ ଅବହେଳା ଓ ଦ୍ରୁତ ଗତି ଯୋଗୁ ଟ୍ରକଟି ସେହି ରାସ୍ତା କଡରେ ଥିବା ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ଦୋକାନ ଉପରକୁ ମାଡି ଯାଇଥିଲା। ସଟ ଡାଉନ ଯୋଗୁ ଦୋକାନ ବନ୍ଦ ଥିବାରୁ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି।

Comments are closed.