ମିସ୍ତ୍ରୀ ନ ଆସିବାରୁ କେବିନ୍ ଘୋଷାଡ଼ି ନେଲେ ଟ୍ରକ ମାଲିକ (ଦେଖନ୍ତୁ ଭିଡିଓ)

କେଶଦୁରାପାଳ: ଦୋକନାରେ ପହଂଚିବା ୧୫ ମିନଟ ଡେରି ହେବାରୁ ଟ୍ରକରେ କେବିନକୁ ୫ କି.ମି. ଯାଏଁ ଘୋଷାଡ଼ି ନେବା ଭଳି ଘଟଣା ଘଟିଛି। ସୁଚନା ଅନୁଯାୟୀ, ସାଇଁଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଆଜାରୁଦିନ ଖାନ ପଦନା ଗ୍ରାମର ବିଜୟ କୁମାର ସାହୁଙ୍କ ଏକ ୧୪ ଚକିଆ ଟ୍ରକର ୱାରିଙ୍ଗ କାମ କରିଥିବା ବେଳେ ଆଜି ସକାଳେ ଗାଡ଼ିର ଚାଳକ ପୁନର୍ବାର କାମ କରିବା ପାଇଁ ଫୋନ କରିଥିଲେ।

ଫୋନ ପାଇ ମିସ୍ତ୍ରୀ ଆଜାରୁଦିନ ଆସିବାକୁ କହି ୧୫ ମିନଟ ଡେରି କରିବାରୁ ଏଥିରେ ଚାଳକ ଉତ୍‌କ୍ଷିପ୍ତ ହୋଇ ଖଲଣା ପେଟ୍ରୋଲ ପମ୍ପ ନିକଟରେ ଥିବା ତାଙ୍କ କ୍ୟାବିନକୁ ଟ୍ରକ୍ ଲଗାଇ ସାଇଁକୁଳରୁ ରାମଚନ୍ଦ୍ରପୁର ଯାଏଁ ପ୍ରାୟ ୩ କିଲୋମିଟର ଘୋଷାଡ଼ି ନେଇଥିଲେ। ଘଟଣା ନେଇ ସାଇଁକୁଳ ଥାନାରେ ଲିଖିତ ଭାବେ ଆଜାରୁଦିନ ଖାନ ଅଭିଯୋଗ କରିଥିବା ଜଣାପଡ଼ିଛି।

Comments are closed.