ଟ୍ରକ ଧକ୍କାରେ ଛିଣ୍ଡିଲା ୩୩ କେଭି ବିଦ୍ୟୁତ ତାର; କିଛି ସମୟ ପାଇଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ

ଗଞ୍ଜାମ: ଗଞ୍ଜାମ ସହର ନିକଟ ୧୬ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ଛକରେ ଶୁକ୍ରବାର ମାଲ ବୋଝେଇ ଟ୍ରକ ବିଦ୍ୟୁତ ଖମ୍ବକୁ ଧକ୍କା ଦେବା ଫଳରେ ୩୩କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଟ୍ରକଟି ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ଯାହାଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗ କର୍ମଚାରୀ ଖବର ଦେବା ପରେ ବିଦ୍ୟୁତ କଟାଯାଇଥିଲା। ଟ୍ରକ ଡ୍ରାଇଭର ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଗଞ୍ଜାମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ପରେ ପ୍ରାୟ ଦଶଟି ପଂଚାୟତକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଖବର ପାଇ ଗଞ୍ଜାମ ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି ଯନ୍ତ୍ରୀ କେ ଦିଲେଶ୍ଵର ଆଚାରୀ ସୂଚନା ଦେଇଛନ୍ତି। ବିଦ୍ୟୁତ ପୋଲଟି ନଷ୍ଟ ହୋଇଥିବା ବେଳେ ତାର ଛିଣ୍ଡିଯାଇଛି। ମାତ୍ର କୌଣସି ଲୋକ ସେଠି ନଥିଲେ। ଫଳରେ କିଛ ଅସୁବିଧା ହେଇନାହିଁ।

ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ମାଲ ବୋଝେଇ ଟ୍ରକଟି ହଠାତ ବିଦ୍ୟୁତ ଖମ୍ବକୁ ଧକ୍କା ଦେଇଥିଲା। ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.