ଅତାବିରା ଦମଦମା ବ୍ରିଜରେ ଓଲଟିଲା ୧୨ ଚକିଆ ମାଲବାହି ଆଇଚର ଟ୍ରକ, ଡ୍ରାଇଭର ହେଲ୍ପର ଫେରାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦମଦମା ବ୍ରିଜ୍‌ରେ ୧୨ଚକିଆ ମାଲବାହି ଆଇଚର ଟ୍ରକ୍‌ ଓଲଟି ପଡ଼ିଛି। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଘଟଣାସ୍ଥଳରୁ ଉଭୟ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଅତାବିରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ମିଳିଥିବା ସୂଚନା ଅନୁଯାୟୀ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ଼-ସମ୍ବଲପୁର ଜାତୀୟ ରାଜପଥରେ ଏନଏସି ସ୍ଥିତ ଦମଦମା ବ୍ରିଜ ଉପରେ ଏକ ୧୨ଚକିଆ ଆଇଚର ମାଲବାହୀ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଉଭୟ ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଥିବା ଜଣାପଡିଛି। ବ୍ରିଜ ଉପରେ ଗାଡିଟି ଓଲଟି ପଡ଼ିଥିବାରୁ ବରଗଡ଼- ସମ୍ବଲପୁର ରାସ୍ତାକୁ ସମ୍ପୁର୍ଣ୍ଣ ଅବରୋଧ କରିଥିଲା। ଫଳରେ ରାସ୍ତାରେ ଯିବା ଆସିବା ତଥା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ଦେଖାଦେଇଛି। ଏହି ଖବର ପାଇବା ମାତ୍ରେ ଅତାବିରା ପୁଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଜାରି ରଖିଛି।

Comments are closed.