ରାଣୀପଥର ଘାଟିରେ ଗଛରେ ପିଟି ହେଲା ଟ୍ରଲର, ଡ଼୍ରାଇଭର ମୃତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୁପଡା ଥାନା ଅନ୍ତର୍ଗତ ରାଣୀପଥର ଘାଟିରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଟ୍ରଲରଟି ବୌଦ୍ଧ ଅଭିମ୍ମୁଖେ ଯାଉଥିବାବେଳେ ରାଣୀପଥର ଘାଟିରେ ଓହ୍ଲେଇବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଖବର ପାଇ ଚାରିଛକରୁ ଅଗ୍ନୀଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଜୁରିପଡା ପୁଲିସ୍‍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

Comments are closed.