ଚେତୁ ନାହାନ୍ତି ଟ୍ରକ ଚାଳକ – କୁକୁରକଟା ସେତୁ ଉପରେ ମାଳମାଳ ଟ୍ରକ

ପାଟଣା: କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ-ଘଟଗାଁ ମଧ୍ୟବର୍ତୀ ଗଦାଧରପୁର ନିକଟ କୁକୁରକଟା ସେତୁକୁ ଲୁହାପଥର ବୋଝେଇ ଟ୍ରକମାନେ ପାର୍କିଂ ୟାଡ କରି ରଖୁଥିବା ଦେଖାଯାଉଛି। ଏଠାରେ ପୋଲ ଉପରେ ପ୍ରତ୍ୟହ ଦିବାରାତ୍ର ଠିଆ ହେଉଥିବା ଦେଖିବାକୁ ମିଳୁଛି । ନଦୀରେ ସ୍ନାନ ଶୌଚ ପାଇଁ ଏପରି ହେଉଥିବା ଜଣାପଡିଛି। ସେତୁ ଉପରେ ଟ୍ରକ ପାର୍କିଂ କାରଣରୁ ଦୂର୍ଘଟଣାରେ ଏଠାରେ ଅତୀତରେ ଦୁଇ ଜଣଙ୍କର ମୃତ୍ୟୁ ସତ୍ତ୍ବେ ଟ୍ରକ ଚାଳକ ମାନେ ଚେତୁ ନ ଥିବା ଜଣାପଡିଛି। ଘଟଗାଁ ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.