ଟିଭି ଦେଖିବାକୁ ଦେଉଥିଲେ ଟଙ୍କା, ବଢୁଥିଲା ଟିଆର୍‌ପି

ମୁମ୍ବାଇ: ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମର ଏକ ଘରୋଇ ଚ୍ୟାନେଲ୍‌ ଟିଆରିପି( ଟେଲିଭିଜନ ରେଟିଂ ପଏଣ୍ଟ୍) ସ୍କାମରେ ଛନ୍ଦି ହୋଇ ଯାଇଛି। ଟଙ୍କା ଦେଇ ଘରୋଇ ଚ୍ୟାନେଲର ଟିଆରପି ବଢ଼ାଯାଉଛି। ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ମୁମ୍ବାଇ ପୁଲିସ । ଏହି ସ୍କାମ୍‌ରେ ଜାତୀୟ ଗଣମାଧ୍ୟମ ଇଂରାଜୀ-ହିନ୍ଦୀ ଏକ ଘରୋଇ ଚ୍ୟାନେଲ୍ । ଏହି ଜାତୀୟ ଇଂରାଜୀ-ହିନ୍ଦୀ ଟିଭି ଚ୍ୟାନେଲ୍‌ ସହ ଦୁଇଟି ମରାଠି ଚ୍ୟାନେଲ୍ ମଧ୍ୟ ଟିଆରପି ଟ୍ୟାମ୍ପରିଂ କରିଥିବା ମୁମ୍ବାଇ ପୋଲିସ ଜାଣିପାରିଛି। ଏହି ମାମଲାରେ ମରାଠି ଘରୋଇ ଚ୍ୟାନେଲ୍‌ର ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜାତୀୟ ଟିଭି ଚ୍ୟାନେଲ୍‌ର ନିର୍ଦେଶକ, ପ୍ରଯୋଜକ ଓ କର୍ମକର୍ତ୍ତାଙ୍କୁ ପଚରାଉଚୁରା ପାଇଁ ସମନ୍‌ ଜାରି କରାଯିବ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୁଲିସ କମିଶନର ପରମ୍‌ ବୀର ସିଂହ ତଥ୍ୟ ରଖାଯିବା ପରେ ଏହା ଆଲୋଡନ ସୃଷ୍ଟି କରିଛି ।


ଗୁରୁବାର ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ କହିଛନ୍ତି ଯେ ଏହି ଅଭିନେତାଙ୍କ ନାମରେ ମିଥ୍ୟା ପ୍ରଚାର କରାଯାଇ ଟଙ୍କା ଦେଇ ଫେକ୍ ଡାଟା ସହ ଟିଆରପି ବୃଦ୍ଧି କରାଯାଉଥିଲା। ଘରେ କେହି ନ ଥିବାବେଳେ ମଧ୍ୟ ଟିଭି ଚାଲୁଥିଲା। ଏପରିକି ଇଂରାଜୀ ଜାଣିନଥିବା ଲୋକ ମଧ୍ୟ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲ୍‌ ଦେଖୁଥିଲେ। ଗୋଟିଏ ଜାତୀୟସ୍ତର ଇଂରାଜୀ ଓ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ୍‌ ହୋଇଥିବାବେଳେ ଅନ୍ୟଦୁଇଟି ମରାଠୀ ଭାଷାର ଆଞ୍ଚଳିକ ସ୍ତରୀୟ ନ୍ୟୁଜ୍‌ ଚ୍ୟାନେଲ୍‌। ଏହି ତିନୋଟି ଚ୍ୟାନେଲ୍‌ ଟିଆର୍‌ପି ଟ୍ୟାମ୍ପରିଂ କରୁଥିବା ଜଣାପଡ଼ିଛି। ଏହି ରାକେଟର ଫର୍ଦ୍ଦାଫାସ କରିବା ସହ ଆଞ୍ଚଳିକ ଟିଭି ଚ୍ୟାନେଲ୍‌ର ୨ଜଣ ମାଲିକଙ୍କୁ ମୁମ୍ବଇ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ଏହାସହିତ ଜାତୀୟ ଇଂରାଜୀ-ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ସମେତ ଅନ୍ୟ ୨ଟି ମରାଠୀ ଘରୋଇ ଚ୍ୟାନେଲର ଯାଞ୍ଚ ଚାଲିଛି । ଏହି ତିନୋଟି ଚ୍ୟାନେଲ ଟିଆରପିରେ ଟାମ୍ପରିଂ କରୁଥିବା ସୂଚନା ମିଳିଛି । ମୁମ୍ବଇ ପୁଲିସ ଦୁଇ ଅଭିଯୁକ୍ତଙ୍କଠାରୁ ଯଥାକ୍ରମେ ୨୦ ଲକ୍ଷ ଓ ୮.୫ ଲକ୍ଷ ଟଙ୍କା ଜବତ କରିଛି । ବିଶେଷ ଭାବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ବିବାଦରେ ଏସବୁ ଟିଭିର ଟିଆରପି ଆଖି ଦୃଶିଆ ଭାବେ ବଢିଥିଲା। ଆମେ ପ୍ରାଥମିକ ପର୍ଯ୍ୟାୟ ଜେରା ଶେଷ କରିବା ପୂର୍ବରୁ ପ୍ରତ୍ୟେକ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଜେରା କରିବାକୁ ଚାହୁଁଛୁ।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରପ୍ରସାର କରି ଟିଆରିପି ହାସଲ ପାଇଁ ଟିଭି ଚ୍ୟାନେଲମାନେ ପ୍ରଚେଷ୍ଟା କରିଥାନ୍ତି । ବିଗତ ଦିନରେ ଏଭଳି ଘଟଣାକୁ ଆମେ ଲୋକଲୋଚନକୁ ମଧ୍ୟ ଆଣିଛୁ । ମାତ୍ର ଏଥରର ଘଟଣା ଭିନ୍ନ। ଏଣୁ ଏହି ସ୍କାମ ପଛରେ ଯିଏ ଥାଉନା କାହିଁକି ଘଟଣାର ସବିଶେଷ ତଥ୍ୟ ଏକାଠି କରିବା ପାଇଁ ପୋଲିସ ପ୍ରୟାସ କରିବ ।

Comments are closed.