ସୁସ୍ମିତା ଦେବଙ୍କୁ ରାଜ୍ୟସଭା ପଠାଇଲା ତୃଣମୂଳ କଂଗ୍ରେସ

ପୂର୍ବତନ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବଙ୍କୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ସୁସ୍ମିତା ଦେବ ରାଜ୍ୟସଭାରେ ମହିଳା ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଇପାରିବେ।


୧୯୭୨ ମସିହା ସେପ୍ଟେମ୍ବର ୨୫ରେ ଆସାମର ସୀଲଚରରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ଦେବ ଆସାମ ବିଧାନସଭାକୁ ୨୦୧୧ରେ ଓ ଲୋକସଭାକୁ ୨୦୧୪ରେ କଂଗ୍ରେସ ପକ୍ଷରୁ ନିର୍ବାଚିତ ହୋଇଥିଲେ। ସେ ଚଳିତ ବର୍ଷ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

Comments are closed.