ତ୍ରିଲୋଚନପୁର ପଞ୍ଚାୟତରେ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଏମିତି ଚାଲିଛି-୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଦୁଇଟି ଖୋଲା

ଲାଞ୍ଜିଗଡ଼ : ମହିଳା ଓ ଶୁଶୁ ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଏହି ଯୋଜନା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ତ୍ରିଲୋଚନପୁର ପଞ୍ଚାୟତରେ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଏମିତି ଚାଲିଛି । ୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଦୁଇଟି ଖୋଲା । ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର ପଞ୍ଚାୟତ ଅଧିନରେ ଥିବା ୫ ଗୋଟି ମଧ୍ୟରେ । ଏହି ୫ ଗୋଟି କେନ୍ଦ୍ର ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର,ଲଡାଙ୍ଗ,ଆମ୍ବଗୁଡା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ଠାରେ ରହିଛି । ଏହି କେନ୍ଦ୍ରମାନଙ୍କ ମଧ୍ୟରୁ ଫୁଲଡୁମେର କେନ୍ଦ୍ରର ଦାୟୀତ୍ୱରେ ଜୟନ୍ତୀ ବାତରିଆ, ଲଡାଙ୍ଗ କେନ୍ଦ୍ର ଦାଇତ୍ୱରେ ପ୍ରେମିକା ନାଏକ, ଆମ୍ବଗୁଡା କେନ୍ଦ୍ର ଦାଇତ୍ୱରେ ଧୁନି ତୁଳ,ଗଉଡ଼ଥୁଆଗୁଡା କେନ୍ଦ୍ର ଦାଇତ୍ୱରେ ଅନୁଜା ପରିଡା ଓ ତ୍ରିଲୋଚନପୁର କେନ୍ଦ୍ର ଦାଇତ୍ୱରେ ସ୍ୱର୍ଣ୍ଣ ରହିଛନ୍ତି । ହେଲେ ଦୁଇଟି ମାତ୍ର ଗଉଡ଼ଥୁଆଗୁଡା କେନ୍ଦ୍ର ଓ ତ୍ରିଲୋଚନପୁର କେନ୍ଦ୍ର ଖୋଲା ରହିଥିବା ବେଳେ ଅନ୍ୟ ୩ ଗୋଟି କେନ୍ଦ୍ର ବନ୍ଦ ରହୁଛି ।

ତ୍ରିଲୋଚନପୁର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଓ ପଞ୍ଚାୟତର ଫୁଲଡୁମେର ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ବ୍ଲକ ପ୍ରଶାସନ ତରଫରୁ ପ୍ରୟାସ ଜାରି ରହିଥିବା ବେଳେ ଫୁଲଡୁମେର ଅଙ୍ଗନବାଡି କର୍ମୀ ଓ ହେଲ୍ପର କେନ୍ଦ୍ରକୁ ମାସ ମାସ ଧରି ଆସୁନଥିବା ଯୋଗୁଁ କେନ୍ଦ୍ର ବନ୍ଦ ରହୁଥିବା ବେଳେ କୁଟିଆକନ୍ଧ ଛୋଟ ଛୋଟ କୋମଳ ମତି ଶିଶୁମାନେ ଶିକ୍ଷା ଓ ଖାଦ୍ୟରୁ ବଞ୍ଚିତ ରହୁଛନ୍ତି । ସେହିପରି ଲଡାଙ୍ଗ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ କେନ୍ଦ୍ର ଦାୟୀତ୍ୱରେ ଅଙ୍ଗନବାଡି କର୍ମୀ ପ୍ରେମିକା ନାଏକ ରହିଛନ୍ତି ହେଲେ ସେ ମଧ୍ୟ ମାସ ମାସ ଧରି କେନ୍ଦ୍ରକୁ ଯାଉନଥିବା ବେଳେ ପିଲା ମାନେ ନିଜର ଖାଇବା ଥାଳି ଧରି କେନ୍ଦ୍ର ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ହେଲ୍ପର ରୋଷେଇ ସାମଗ୍ରୀ ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଅପେକ୍ଷା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଅଙ୍ଗନବାଡି କର୍ମୀ ଦୁଇ ମାସକୁ ଥରେ ହେଲ୍ପରକୁ କିଛି ଖାଦ୍ୟ ରାନ୍ଧିବା ପାଇଁ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ଆମ୍ବଗୁଡା କେନ୍ଦ୍ର ଦାଇତ୍ୱରେ କର୍ମୀ ଧୁନି ତୁଳ ରହିଥିବା ବେଳେ ସେମଧ୍ୟ କେନ୍ଦ୍ରକୁ ଆସୁନାହିଁ । ପିଲାଙ୍କୁ ରାନ୍ଧିକି ଦେବାପାଇଁ ହେଲ୍ପରକୁ କିଛି ଚାଉଳ ଯୋଗାଇ ଦେଇଥିବା ବେଳେ ଡାଲି ଦେଇନଥିବା ଯୋଗୁଁ ହେଲ୍ପର ମଧ୍ୟ ସେଣ୍ଟର ଖୋଲୁନାହିଁ । ସେହିପରି ଏହି ତିନିଗୋଟି କେନ୍ଦ୍ର ତାହା ମଧ୍ୟ ଆଜି ବନ୍ଧ ରହୁଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏହି ସେଣ୍ଟର ମାନଙ୍କରେ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବନ୍ଧ ହୋଇଯାଇଛି । ଏନେଇ ଗତ ଏପ୍ରିଲ ମାସରେ ତ୍ରିଲୋଚନପୁର ପଞ୍ଚାୟତର ଅଭିଯୋଗ ଶୁଣାଣିରେ ଅଙ୍ଗନବାଡି କର୍ମୀମାନେ ମାସ ମାସ ଧରି ନିଜ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ନେଇ ନବ ନିର୍ବାଚିତ ନାଏବ ସରପଞ୍ଚ ତରାଣୀ ସେନ ବାଗ ଅଭିଯୋଗ ଆଣିଥିଲେ ।ବୈଠକରେ ନିୟମିତ ଡ୍ୟୁଟି କରିବୁ ବୋଲି କର୍ମୀ ମାନେ ପ୍ରତିସୃତି ମଧ୍ୟ ଦେଇଥିଲେ । କିନ୍ତୁ ତାହା ପ୍ରତିଶ୍ରୁତିରେ ରହିଥିବା ବେଳେ ଆଜି ତ୍ରିଲୋଚନପୁର ପଞ୍ଚାୟତ ନାଏବ ସରପଞ୍ଚ ତରାଣୀ ସେନ ବାଗ ପଞ୍ଚାୟତ ବାସୀଙ୍କ ସହିତ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର ଗୁଡିକୁ ବୁଲିବା ସହିତ ଗ୍ରାମବାସୀ, ଶିଶୁ ଓ ହେଲ୍ପରଙ୍କଠାରୁ ପଚାରି ବୁଝିଥିଲେ ।ଏନେଇ ଦାଇତ୍ୱରେ ଥିବା ଆଇସିଡିଏସ ସୁପର ଭାଇଜର ଜ୍ୟୋସ୍ନାରାଣି ମିଶ୍ରଙ୍କୁ ପଚାରିବାରୁ ମୁଁ ବାରମ୍ବାର ସେମାନଙ୍କୁ ସେଣ୍ଟରକୁ ଯିବା ପାଇଁ କହୁଛି ହେଲେ ସେମାନେ ଯାଉନାହାନ୍ତି ମୁଁ ବୁଧବାର ଦିନ ପୁଣି ତ୍ରିଲୋଚନପୁର ପଞ୍ଚାୟତ ଯିବି ସବୁ ସେଣ୍ଟର ଯାଇ ସମସ୍ତ କର୍ମୀ ମାନଙ୍କୁ ଭେଟିବି ବୋଲି ପ୍ରକାଶ କରିଥିଲେ ।ହେଲେ ମାସ ମାସ ଅନୁପସ୍ଥିତ ରହିଥିବା କର୍ମୀଙ୍କ ଉପରେ କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଅନୁପସ୍ଥିତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି ।

Comments are closed.