ତ୍ରିବିନ୍ଧାରେ ଭୂୟାଁ ସଂପ୍ରଦାୟର ଅସ୍ତ୍ରଶସ୍ତ୍ର ପୂଜା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସନ୍ନିକଟ ତ୍ରିବିନ୍ଧା ଗ୍ରାମରେ ଭୂୟାଁ ସଂପ୍ରଦାୟର ଅସ୍ତ୍ରଶସ୍ତ୍ର ପୂଜା ପବିତ୍ର ବିଜୟା ଦଶମୀରେ ସମ୍ପନ୍ନ ହୋଇଛି । ତ୍ରିବିନ୍ଧା ନାଏକ ସାହିବାସୀ ଗ୍ରାମ ଠାକୁରାଣୀ ଶାଳରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରଖି ପୂଜା କରିଥିଲେ। ପୂଜକ ସୁଦାମ ଚରଣ ନାଏକ ଭୋଗଲାଗି ଓ ଅସ୍ତ୍ରଶସ୍ତ୍ର ପୂଜା କରିଥିଲେ। ଦାସି ଭାଗିରଥି ନାଏକ, ଅଖିଳ ନାଏକ, ମୋଟୁ ନାଏକ, ଭାବଗ୍ରାହୀ ନାଏକ ଓ ଆର୍ତ୍ତ ନାଏକ ପ୍ରମୁଖଙ୍କ ଦ୍ୱାରା ଏହି ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥିଲା । ଏହା ବାଦ ଅନ୍ୟାନ୍ୟ ପାରମ୍ପରିକ ବିଧି କୋଭିଡ କଟକଣା ଯୋଗୁଁ ବାତିଲ କରାଯାଇଛି।

Comments are closed.