ଲେହରେ ଭୂକମ୍ପ; ରିକ୍ଟର ସ୍କେଲରେ ୪.୬

ଲେହ: ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ସୋମବାର ସକାଳ ପ୍ରାୟ ୬.୧୦ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ମାତ୍ରା ୪.୬ ରହିଥିବା ଭୂଗର୍ଭର ୧୮ କିଲୋମିଟର ଅଭ୍ୟନ୍ତରରେ ପରିମାପ କରାଯାଇଛି । ତେବେ ଏଥିରେ କୌଣସି ଧନ ଜୀବନ ହାନି ସମ୍ପର୍କରେ ତୁରନ୍ତ କିଛି ଖବର ହସ୍ତଗତ ହୋଇନାହିଁ । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଦେଶର ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭାବରେ ଭୂକମ୍ପନ ଅନୁଭୂତ ହେବାରେ ଲାଗିଛି ।

Comments are closed.