ବର୍ଷାରେ ଭାଙ୍ଗିଲା ଗଛ, ଯାତାୟତ ଠପ୍‍

ଦମକଳ ବାହିନୀ ହଟାଇଲା

ଫୁଲବାଣୀ: ଲଘୁଚାପ ଜନିତ କାରଣ ଯୋଗୁଁ ଗତ ୩ ଦିନ ହେଲା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେଉଛି। ଏହାର ପ୍ରଭାବରେ ଆଜି ଫିରିଙ୍ଗିଆରେ ହୋଇଥିବା ବର୍ଷା ଯୋଗୁଁ ଫିରିଙ୍ଗିଆ-ସାଡ଼ିଙ୍ଗିଆ ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯିିବା ଫଳରେ ଯାତାୟତ ସଂପୂର୍ଣ୍ଣଭାବେ ଠପ୍‍ ହୋଇ ପଡ଼ିଥିଲା। ଖବର ପାଇଁ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ରାସ୍ତାରୁ ଉକ୍ତ ଗଛକାଟି ହଟାଇଥିବାର ଜଣାଯାଇଛି। ତେବେ ମାଶ୍ରୀପଡ଼ା ଠାରେ ମୁଖ୍ୟ ରାସ୍ତା ମଝିରେ ଉକ୍ତ ଗଛ ପଡ଼ିଯାଇଥିବ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିଲା। ନୂଆପଡ଼ା ଗ୍ରାମବାସୀ ମାନେ ଏନେଇ ଅଗ୍ନିସମ ବାହିନିକୁ ଜଣାଇବା ପରେ ଅଗ୍ନିସମ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ରାଜେଶ କୁମାର ଚୌହାନଙ୍କ ନେତୃତ୍ୱରେ ସମସ୍ତ ଟିମ୍‍ ପହଞ୍ଚି ରାସ୍ତାରୁ ଗଛ ହଟାଇଥିଲେ ଓ ଯିବା ଆସିବା ସ୍ୱାଭାବିକ ହୋଇଥିଲା।

 

Comments are closed.