ଗୁଣ୍ଡୁରୁଚୁଆଁରେ ଗ୍ରାମବାସୀଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କୁଚିଣ୍ଡା : ଗୁଣ୍ଡୁରୁଚୁଆଁ ପଞ୍ଚାୟତ ମହୁକୁାମରେ ପ୍ରତିବର୍ଷ ପରି ଗ୍ରାମର ବୃଦ୍ଧ ଓ ବୃଦ୍ଧା ସମେତ ବିଭିନ୍ନ ବର୍ଗର ଲୋକେ ମିଳିତ ଭାବେ ବୃକ୍ଷରୋପଣ କରୁଥିବା ଦେଖାଯାଇଛି। ବନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗଛକୁ ସଂପୃକ୍ତ ଗ୍ରାମବାସୀ ନିଜ ଖର୍ଚ୍ଚରେ ଟ୍ରାକ୍ଟଟର ଜରିଆରେ ଆଣି ବୃକ୍ଷରୋପଣ କରିଛନ୍ତି। ସମାଜ ସେବୀ ତାପସ ନାଏକ, ମୁନା ପଟେଲ, ସନ୍ତୋଷ ପଟେଲ ସମେତ ଗ୍ରାମାବାସୀ ଏହାର ନେତୃତ୍ୱ ନେଇଥିଲେ। ଏହି ଉଦ୍ୟମ ଯୋଗୁଁ ବିଭିନ୍ନ ମହଲରେ ଭୂୟଶୀ ପ୍ରଶଂସା କରାଯାଇଛି।

Comments are closed.