ପରିବହନ କ୍ଷେତ୍ରରେ ଦୈନିକ ୩୦୦ କୋଟିର ରାଜସ୍ବହାନି

ଭୁବନେଶ୍ବର : କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟରେ ଟ୍ରକ ଚଳାଚଳ କମିଯାଇଛି। ଏଥିଯୋଗୁ ‌ବେଶ ପ୍ରଭାବିତ ହୋଇଛି ଦେଶର ପରିବହନ କ୍ଷେତ୍ର। ପରିବହନ କ୍ଷେତ୍ରରେ ସମସ୍ୟା ଏ ଯାଏ ସୁଧୁରିନି। ବର୍ତ୍ତମାନ ରାସ୍ତାରେ ମାତ୍ର ୧୦,୦୦୦ ଟ୍ରକ ଚାଲୁଥିବାବେଳେ ଆଗକୁ ଏ ନେଇ ସମସ୍ୟା ଦେଖାଦେଇପାରେ। ଅନେକ ଗାଡି ଚାଲୁ ନ ଥିବା ଯୋଗୁ ଛିଡାହୋଇ ରହିବା ଦ୍ବାରା ଟ୍ରକର ଟାୟାର, ବ୍ୟାଟେରି ଓ ଇଞ୍ଜିନ୍‌ ଦିନକୁ ଦିନ ପରିସ୍ଥିତି ଖରାପ ହେବାକୁ ଯାଉଛି। ଏପଟେ ତାଲା ବନ୍ଦ ପାଇଁ ପରିବହନ ବେପାର ବନ୍ଦ ଅନ୍ୟପଟେ ଗାଡି ପିଛା ଖର୍ଚ୍ଚ ମାଲିକମାନଙ୍କୁ ବେଶ ବାଧିବ। ଏଭଳିସ୍ଥିତିରେ ସରକାର ଗାଡି ଋଣ ଉପରେ ଇଏମ୍‌ଆଇ ଅବଧି ୬ମାସକୁ ବୃଦ୍ଧି କରି ସୁଧଛାଡ କରିବାକୁ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
କରୋନା ପ୍ରଭାବ ପୂର୍ବରୁ ରାଜ୍ୟରେ ୨ ଲକ୍ଷ ଟ୍ରକ ସଡକରେ ଗଡୁଥିଲା। ବର୍ତ୍ତମାନର ତାଲା ବନ୍ଦ ସମୟରେ ଏଥିରୁ ମାତ୍ର ୧୦,୦୦୦ ଟ୍ରକ ରାସ୍ତାରେ ଗଡୁଛି। ତେଣୁ ଏଥିଯୋଗୁ ରାଜ୍ୟର ପରିବହନ ଶିଳ୍ପ ବିଶେ‌ଷ‌ ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ଶିଳ୍ପ ଉପରେ ସିଧାସଳଖ ଭାବେ ୪ ଲକ୍ଷ ପରିବାର ଏବଂ ୧୬ ଲକ୍ଷ ଲୋକ ନିର୍ଭରଶୀଳ। ପରୋକ୍ଷ ଭାବେ ଏହା ସହ ୬୪ ଲକ୍ଷ ଲୋକଙ୍କ ଜୀବନଜୀବିକା ଜଡିତ। ତାଲା ବନ୍ଦ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କ୍ଷେତ୍ରରେ ବ୍ୟବସାୟ କାରବାର ବନ୍ଦ। ସେଥିପାଇଁ ରାଜ୍ୟ ସରକାରଙ୍କୁ ଦୈନିକ ଟ୍ରକ ଚଳାଚଳ ଉପ‌େର‌ ନିର୍ଭରଶୀଳ ୩୦୦ ‌କୋଟି ଟଙ୍କାର ସରକାରୀ ରାଜସ୍ବ ହରାଇବାକୁ ପଡୁଥିବା ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ‌େଗ‌ାଟିଏ ମାତ୍ର ଟ୍ରକ ଥିବା ମାଲିକମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଗକୁ ସେମାନଙ୍କର ପରିବାର ପ୍ରତିପୋଷଣ କଷ୍ଟକର ହେବ। ରାଜ୍ୟ ସରକାର ଟ୍ରକ ମାଲିକମାନଙ୍କ ଲାଗି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦରକାର। ନଚେତ୍‌ ୪୦% ଗାଡି ମାଲିକ ପରିବହନ ବ୍ୟବସାୟରୁ ଓହରିିଯିବେ। କେନ୍ଦ୍ର ସରକାର ଗାଡିର ପରମିଟ୍‌ ଏବଂ ଫିଟ୍‌ନେସ୍‌ ସମୟସୀମାକୁ ୩ ମାସରୁ ୬ ମାସକୁ ବୃଦ୍ଧି କରିବାକୁ ସଂଘ ଦାବି କରିଛି। ଟୋଲ ଫି ପୂର୍ବରୁ ୧ ମାସ ଲାଗି ଛାଡ କରାଯାଇଛି ତାହାକୁ ୬ ମାସ କରାଯାଉ। ସେହିଭଳି ରାଜ୍ୟ ସରକାର ସଡକ ଟିକସ ଛାଡ ‌ଘୋଷଣା କରିବାକୁ ଶ୍ରୀ ଶତପଥୀ ଦାବି କରିଛନ୍ତି।

Comments are closed.