ଭୁଷୁଣ୍ଡୁପାଳ ଛକରେ କିନ୍ନରକୁ ହତ୍ୟା ସନ୍ଦେହ

ଭଞ୍ଜନଗର : ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ଭୁଷୁଣ୍ଡୁପାଳ ଗ୍ରାମ ଛକ ନିକଟସ୍ଥ ରାସ୍ତା ପାଖର ଧାନ କ୍ଷେତରେ ଏକ କିନ୍ନରର ମୃତ ଶରୀର ପଡ଼ି ରହିଛି। ମୃତ କିନ୍ନରର ପରିଚୟ ମିଳି ପାରି ନାହିଁ। ମୃତ କିନ୍ନରଟିର ବୟସ ପ୍ରାୟ ୨୦/୨୧ ବର୍ଷ ହେବ ବୋଲି କୁହାଯାଇଛି। ସମ୍ଭବତଃ, ଗତ ରାତିରେ କିନ୍ନରଟିକୁ କିଛି ଦୁବୃର୍ତ୍ତ ଏଠାକୁ ଡାକି ଆଣି ତାର ତଣ୍ଟି ଚିପି ଅତି ଜଘନ୍ୟ ଭାବେ ହତ୍ୟା କରିଥିବାର ସନ୍ଦେହ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଜଗନ୍ନାଥ ପ୍ରସାଦ ପୁଲିସ୍‍ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ବିଡିପିର ଅଞ୍ଚଳରେ ଚହଳର ସୃଷ୍ଟି କରିଛି।

Comments are closed.