ମିଳିଲା ନିଯୁକ୍ତି, କରୋନା ଯୁଦ୍ଧରେ ସାମିଲ ହେଲେ ୭ କିନ୍ନର

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବହୁ ଦିନରୁ ବିଭିନ୍ନ ଫୋରମରେ ଦାବି କରି ଆସୁଥିବା କିନ୍ନରମାନଙ୍କୁ ରାଜ୍ୟ ସରକାର କରୋନା ଯୁଦ୍ଧରେ ସାମିଲ କରିଛନ୍ତି। ରାଉରକେଲା ଜିଲ୍ଲା ମାଜିଷ୍ଟ୍ରେଟ ୭ ଜଣ କିନ୍ନରଙ୍କୁ ଅସ୍ଥାୟୀ ଭାବେ କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ପ୍ରିନସେସ କିନ୍ନରଙ୍କୁ ରାଉରକେଲା ବିପିୟୁଟି ସ୍ଥିତ କୋଭିଡ କେୟାର କେନ୍ଦ୍ରରେ ଡାଟା ଅପରେଟର ଭାବେ ନିଯୁକ୍ତି ମିଳିଥିବା ବେଳେ ଛେଣ୍ଡରେ ନୀଲମ କିନ୍ନରଙ୍କୁ ପଞ୍ଜିକରଣ କାର୍ଯ୍ୟରେ ଏବଂ ଟିନା କିନ୍ନର, ଛାନ୍ଦ କିନ୍ନର, ବିପାଶା କିନ୍ନର, ଲକ୍ଷ୍ମୀ କିନ୍ନର ଓ କାଜଲ କିନ୍ନରଙ୍କୁ ବିପିୟୁଟି ସ୍ଥିତ କୋଭିଡ କେୟାର କେନ୍ଦ୍ରରେ ସହାୟିକା ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Comments are closed.